

ନୂଆ ମୋବାଇଲ୍ ନମିଳିବାରୁ ମାମୁଘରେ ଜୀବନ ହାରିଲେ ଆଇଟିଆଇ ଛାତ୍ର।ନୂଆ ମୋବାଇଲ୍ ନ ମିଳିବାରୁ ମମୁଘରେ ରହି ଆଇଟିଆଇ ରେ ପଢୁଥିବା ଛାତ୍ର ଆତ୍ମହତ୍ୟା କରିଥିବା ନେଇ ସୂଚନା । ମେlବାଇଲ ପାଇଁ ମାମୁଁ ଘରେ ଗଛରେ ଝୁଲି ଆତ୍ମହତ୍ୟା କଲେ ଆଇଟିଆଇ ଛାତ୍ର। ସୂଚନା ଅନୁଯାୟୀ ଚମ୍ପୁଆ ବ୍ଲକ ବାଲେଶ୍ୱର ଗ୍ରାମର ଫକିର ମହାନ୍ତ ଙ୍କ ପୁଅ ଶୈଳେଶ ମହାନ୍ତ ବାରିଆ ଥାନା ଅନ୍ତର୍ଗତ ଗୁଳୁଦିପଶି ଗାଁ ରେ ମାମୁଁ ଘରେ ରହି ଗୁଳୁଦିପଶି ଆଇଟିଆଇ ରେ ପାଠ ପଢୁଥିଲେ l ନୂଆ ମେlବାଇଲ ପାଇଁ ସେ ଘରେ କହିଥିଲେ ତେବେ ଘରେ ଲେlକ ମେlବାଇଲ ଦେବାରେ ଅସମର୍ଥ ହେବାରୁ ମାମୁଁ ଘରେ ଘର ପଛପଟେ ଥିବା ଏକ ଆମ୍ବ ଗଛରେ ଗାମୁଛାରେ ଫାସି ଦେଇ ଆତ୍ମହତ୍ୟା କରିଥିବା ବେଳେ ଘର ଲେlକେ ତାକୁ ଝୁଲନ୍ତା ଅବସ୍ଥାରେ ଉକ୍ତ ଗଛରୁ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୣତ୍ୟୁ ଘେlଷଣା କରିଥିଲେ । ଖବର ପାଇ ବାରିଆ ପୁଲିସ ଡାକ୍ତର ଖାନା ରେ ପହଞ୍ଚି ମୣତଦେହ ଜବତ କରି ତଦନ୍ତ ଆରମ୍ଭ କରିବା ସହ ଶବକୁ ବିବେଛ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ପୋଲିସ୍ l କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।




