ପେନସନ ରୁ ଉଠାଯାଇଥିବା ଟଙ୍କା ସୁଜିସାରିବା ପରେ ମଧ୍ୟ କଟା ଯାଉଥିବା ଟଙ୍କା ଉପରେ ସ୍ଥଗିତାଦେଶ ଦେଲେ ମାନ୍ୟବର ହାଇକୋର୍ଟ

ଯାଜପୁର ___ ବିଂଝାରପୁର ବ୍ଳକ ଅନ୍ତର୍ଗତ ଉତ୍ତଙ୍ଗରା ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁଙ୍କ ଶରୀରର ଅସୁସ୍ଥ ଯୋଗୁଁ ତାଙ୍କର ପେନସନ ଟଙ୍କାରୁ କିଛି ଅଂଶ କମ୍ପୁଟେଡ କରି ଦୁଇଲକ୍ଷ ପଞାନବେ ହଜାର ଏକଶତ ଅଠେଇଶ ଟଙ୍କା ନେଇଥିଲେ।ଓ ପ୍ରତିମାସ ତାଙ୍କ ପେନଶନରୁ ଦୁଇ ହଜାର ନ ଅ ଶହ ଅଡତିରିଶ ଟଙ୍କା କଟା ଯାଉଥିଲା ।ଯଦିଓ ଆଠ ବର୍ଷ ପାଞ ମାସରେ ସମସ୍ତ ଟଙ୍କା ସୁଜି ସାରିଥିଲେ। ସୁଜି ସାରିବା ପରେବି ସେ ସର୍ବମୋଟ ଦଶ ବର୍ଷ ଏକ ମାସ ପର୍ଯ୍ୟନ୍ତ ଟଙ୍କା ଦେଉଥିଲେ । ତେଣୁ ସେ ଏଥିପାଇଁ ମାନ୍ୟବର ହାଇକୋର୍ଟ ରେ ଆଡଭୋକେଟ ଶ୍ରୀକାନ୍ତ ପ୍ରସାଦ ସାହୁଙ୍କ ଜରିଆରେ ଏକ ରିଟ ପିଟିସନ ଦାଏର କରିଥିଲେ। ମାନ୍ୟବର ହାଇକୋର୍ଟ କେଶଟିକୁ ତର୍ଜମା କରି ବିଚାର ନ ସରିବା ପର୍ଯ୍ୟନ୍ତ ଆଉ ନ କାଟିବା ପାଇଁ ଆଦେଶ ଜାରି କରିଛନ୍ତି ।ଯେଉଁମାନଙ୍କୁ ପକ୍ଷ କରାଯାଇଛି ସେମାନେ ହେଲେ State of odisha represented through its commissioner cum secretary to govt of odisha secretariat ,bbsr Director of secondary Education,bbsrDistrict Education officer jajpur Controiier of account s ,bbsrDistrict teasury officer , jajpur Branch manager, State Bank of India, jajpur Branch



