ନୂଆଗଡ ହାଇସ୍କୁଲ ରେ ଶିଶୁଦିବସ ପାଳିତ

ଭଟଲି (ଅଭିମନ୍ୟୁ ପଧାନ):- ଭଟଲି ବ୍ଲକ୍ ଅନ୍ତର୍ଗତ ନୂଆଗଡ ଲକ୍ଷ୍ମୀ ନାରାୟଣ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ପ୍ରଧାନ ଶିକ୍ଷକ ପରଦେଶୀ ବୁଦ୍ଧିଆଙ୍କ ଅଧ୍ୟକ୍ଷତା ରେ ଓ ଆନନ୍ଦ ସାହୁଙ୍କ ସଂଯୋଜନାରେ ଶିଶୁ ଦିବସ ପାଳିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପ୍ରତିଷ୍ଠାତା ସଦସ୍ୟ ପୁରନ ସହୁ ମୁଖ୍ୟ ଅତିଥି, ଆଲୁମିନି ସଦସ୍ୟ ସୁନୀଲ କୁମାର ସାହୁ ସମ୍ମାନିତ ଅତିଥି,ଶିକ୍ଷକ ଗଜାନନ ବେହେରା, ରାଜେଶ ପଟେଲ, ଡଳି ସରାଫ ଓ ଜୁଲି ସରାଫ ଯୋଗଦାନ କରି ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଜୀବନୀ ଓ ଆଧୁନିକ ଭାରତ ନିର୍ମାଣରେ ତାଙ୍କ ଭୂମିକା ସମ୍ପର୍କ ରେ ଆଲୋକପାତ କରିଥିଲେ। ବକ୍ତୃତା, ପ୍ରବନ୍ଧ ଓ ଗୀତ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।କାର୍ଯ୍ୟକ୍ରମ ରେ ପାଣ୍ଡବ ପ୍ରଧାନ, ଓକିଲ ଖମାରୀ ଓ ଅଶୋକ ସାହୁ ସହଯୋଗ କରିଥିଲେ।



