
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ବ୍ଲକ୍ ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା- ୨୦୨୫ । କାର୍ଯ୍ୟକ୍ରମରେ ମାନ୍ୟବର ଏନଏସି ସଭାପତି ଜୁନାଗଡ ଶ୍ରୀଯୁକ୍ତ ହିମନ୍ଦ୍ରି ନାଏକ , ମାନନୀୟ ବ୍ଲକ ସଭାପତି ଜୁନାଗଡ ଶ୍ରୀମତୀ ସବିତା ମେହେର, ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଦେବାଶିଷ କର, ଉପ ବ୍ଲକ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ପଟଜୋଷୀ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ କଳାହାଣ୍ଡି ଜୋନ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ , ଉପ – ଖଣ୍ଡୀୟ ପଶୁ ଚିକିତ୍ସା ଅଧିକାରୀ ଡକ୍ଟର ମଧୁସୂଦନ ଦାସ , ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଲାଲବହାଦୂର୍ ଜାନି, ଚାଷୀ ମାନଙ୍କ ସହିତ ଆଲୋଚନା କରିଥିଲେ ତଥା ଅନ୍ୟ ଅତିଥିବୃନ୍ଦ ଯୋଗଦେଇଥଇଲେ । ଏହି ଅବସରରେ ଆଗ୍ରହୀ ମତ୍ସ୍ୟଚାଷୀ, ପ୍ରାଣିପାଳକ ଓ ଅନ୍ୟ ଚାଷୀମାନେ ମେଳା ବୁଲି ଷ୍ଟଲ ପରିଦର୍ଶନ କରିଥିଲେ. ମେଳା ରେ ୮ ଜଣ ସଫଳ ଚାଷୀଙ୍କୁ ପୁରସ୍କାର ପ୍ରଦାନ ଏବଂ ବିଭିନ୍ନ ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କୁ କାର୍ଯ୍ୟାଦେଶପତ୍ର ବଣ୍ଟନ କରାଯାଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

