*ଜନତା ସରକାରୀ ହାଇସ୍କୁଲ ଭୁକ୍ତାରେ ଶିଶୁଦିବସ ପାଳିତ:*

ବରଗଡ:୧୪/୧୧(ପବିତ୍ର ମେହେର) ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଜନତା ସରକାରୀ ହାଇସ୍କୁଲ,ଭୁ୍କ୍ତାରେ ନବଭାରତର ରାଷ୍ଟ୍ର ନିର୍ମାତା ପଣ୍ଡିତ ଜବାହରଲାଲ ନେହେରୁଙ୍କ ପବିତ୍ର ଜନ୍ମ ତିଥିରେ ଶିଶୁଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ଏହାପରେ ବିଦ୍ୟାଳୟର କର୍ମଚାରୀମାନଙ୍କଦ୍ବାରା ଶିଶୁ ପୂଜନ କରାଯାଇଥିଲା।ନେହେରୁଙ୍କ ଆଦର୍ଶ ଓ ଶିଶୁ ମାନଙ୍କ ସ୍ଵାଧୀନତା ଉପରେ ବିଦ୍ଯାଳୟର ଶିକ୍ଷକ ସଞ୍ଜୟ ଖମାରୀ, ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାୟକ, ଈଶ୍ୱର ପଧାନ ଓ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରୁ ଶ୍ରୁତି ବଗର୍ତ୍ତି,ଭୂମି ସା,ପମି ପଶାୟତ,ଅଂଶୁମାନ ଭୁଏ,ଦୀପାଞ୍ଜଳି ଭୁଏ ଓ ଦୀପକ ପାତିକାର ଶିଶୁଦିବସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ହୀନା ସା, ନିକିତା ରଣଦୀର, ନୈତିକ ରଣବୀର, ଆଶିଷ ବାରିକ୍,ବିମଳ କୁର୍ମି, ସସ୍ମିତା ସହରା, ରୋବିନ ରଣବୀର,ବିନ୍ଦୁ ସହରା, ପ୍ରିୟତମା ପାତିକାର, କବିତା ନାଗ, ରେଖାଞ୍ଜଳି ସା , ନିକିତା ଗହୀର ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।ବିଦ୍ଯାଳୟର ଶିକ୍ଷକ ତେଜରାମ ସା,ଅଙ୍କିତ ମହନ୍ତ, ଅମୂଲ୍ୟ ଭୋଇ,ବୋଧରାମ ବିଶ୍ୱାଳ ସୌଦାମିନୀ ବାରିକ, ରାଜକୁମାରୀ ଭୁଏ,ମନୋଜା ପଟେଲ, ପୁଷ୍ପାଞ୍ଜଳି ପ୍ରଧାନ, ଆଶିଷ ପୁରୋହିତ,ଅନୀଲ ସିଦାର,ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସାନନ୍ଦ ଦେହେରୀ ଏବଂ ବିଦ୍ୟାଳୟର ପୂର୍ବତନ କର୍ମଚାରୀ ତଥା କବି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ସଂଜୟ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ।




