ଶିଶୁ ଦିବସରେ ଚିତ୍ରାଙ୍କନ ଓ କବିତା ପ୍ରତିଯୋଗିତା: ସୃଜନଶୀଳତାର ଉତ୍ସବ ୧୪ ନଭେମ୍ବର ୨୦୨୫: ଶିଶୁ ଦିବସ ଉପଲକ୍ଷେ “ଚିଲ୍ଡରେନ୍ସ କର୍ନର” ଶିଶୁ ସୃଜନ ସଚେତନତା ଚିନ୍ତନ ଗୋଷ୍ଠୀ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତା ଅତ୍ୟନ୍ତ ଉତ୍ସାହର ସହିତ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ୨୪୦ ଜଣରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର ସୃଜନଶୀଳତା ଓ କଳ୍ପନାଶକ୍ତିର ଅପୂର୍ବ ପରିଚୟ ଦେଇଥିଲେ। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ପରମ୍ପରାଗତ ଉତ୍ସବ ଯାହା ଗତ ପାଞ୍ଚ ବର୍ଷ ଧରି ନିରନ୍ତର ଚାଲିଆସୁଛି ଏବଂ ପ୍ରତିବର୍ଷ ଅଂଶଗ୍ରହଣକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି , ଶିଶୁମାନଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ସହିତ ସାମାଜିକ, ପରିବେଶଗତ ଓ ସାଂସ୍କୃତିକ ସଚେତନତା ବଢ଼ାଇବା ଲକ୍ଷ୍ୟରେ ଏହି ପ୍ରୟାସ ଚାଲିଛି ଏହି ପ୍ରତିଯୋଗିତା ମଧ୍ୟ ସେହି ଲକ୍ଷ୍ୟର ଏକ ଅଂଶ ଯାହା ଶିଶୁମାନଙ୍କ ଅନୁଭବ ଓ ଚିନ୍ତାଧାରାକୁ ଚିତ୍ର ଓ କବିତା ମାଧ୍ୟମରେ ପ୍ରକାଶ କରିବାର ସୁଯୋଗ ଦେଇଥାଏ।ଚିତ୍ରାଙ୍କନ ପ୍ରତିଯୋଗିତାରେ ଉପକନିଷ୍ଠ ବିଭାଗରେ ୩୫ ଜଣ, କନିଷ୍ଠରେ ୮୮ ଜଣ ଏବଂ ବରିଷ୍ଠରେ ୪୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜେତାମାନେ ହେଲେ:ଉପକନିଷ୍ଠ ବିଭାଗ ପ୍ରଥମ-ଅର୍ଯ୍ୟାନ ସ୍ୱରୀୟମ୍, ଦ୍ୱିତୀୟ-କୁସୁମ ରାଣୀ ଟିଉ ଓ ଜାଗୃତି ମହାନ୍ତ (ଯୁଗ୍ମ), ତୃତୀୟ-ଆଶିଷ ରଂଜନ ବାରିକ।କନିଷ୍ଠ ବିଭାଗ ପ୍ରଥମ-ତନୁଶ୍ରୀ ମହାନ୍ତ, ଦ୍ୱିତୀୟ-ସ୍ଵସମ୍ପର୍ନ୍ନ ମହାନ୍ତ, ତୃତୀୟ-ସୃଷ୍ଟି ସ୍ୱରୂପା ପ୍ରଧାନ।ବରିଷ୍ଠ ବିଭାଗ ପ୍ରଥମ-ସ୍ୱର୍ଣ୍ଣ ମଞ୍ଜରୀ ନନ୍ଦୀ ପ୍ରଧାନ, ଦ୍ୱିତୀୟ-ମନୋଜ ସିଂହ ଖୁଣ୍ଟିଆ, ତୃତୀୟ-ମନିଷ ପ୍ରଧାନ ଓ ରାଜସ୍ମିତା ବେହେରା (ଯୁଗ୍ମ)।ସେହିପରି କବିତା ଲିଖନ ପ୍ରତିଯୋଗିତାରେ କନିଷ୍ଠ ବିଭାଗରେ ୪୫ ଜଣ ଏବଂ ବରିଷ୍ଠରେ ୩୨ ଜଣ ଅଂଶଗ୍ରହଣ କରିଥିଲେ। ବିଜେତାମାନେ ହେଲେ:ବରିଷ୍ଠ ବିଭାଗ: ପ୍ରଥମ-ସୁଶ୍ରୀ ସୁଲଗ୍ନା ପ୍ରଧାନ, ଦ୍ୱିତୀୟ-ବିଷ୍ଣୁ ପ୍ରିୟା ବାରିକ, ତୃତୀୟ-ଇପ୍ସିତା ପ୍ରଧାନ।କନିଷ୍ଠ ବିଭାଗପ୍ରଥମ-ନିତୁ ଦେହୁରୀ, ଦ୍ୱିତୀୟ-ସମାୟିକା ବଦ୍ରା, ତୃତୀୟ-ପ୍ରତିଭା ରାଣୀ ମାଝୀ।ଅବସରପ୍ରାପ୍ତ ଶିକ୍ଷକ ରାସେଶ୍ୱର ମହାନ୍ତ ଏହି ପ୍ରତିଯୋଗିତାକୁ ସୃଜନଶୀଳତାର ଉତ୍ତମ ମାର୍ଗ ବୋଲି ପ୍ରଶଂସା କରି କହିଥିଲେ ଯେ, ଏହା ଶିଶୁମାନଙ୍କ ମାନସିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗୋଷ୍ଠୀର ସଂଯୋଜକ ରାଜକିଶୋର ଶତପଥୀ କହିଛନ୍ତି, “ଗତ ପାଞ୍ଚ ବର୍ଷ ଧରି ଏହି କାର୍ଯ୍ୟକ୍ରମ ପ୍ରତିବର୍ଷ ଆୟୋଜିତ ହେଉଛି ଏବଂ ଅଂଶଗ୍ରହଣକାରୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ୁଛି। ଏହା ଆମର ଗୋଷ୍ଠୀ ପାଇଁ ଏକ ବଡ଼ ସଫଳତା।”ରାଜକିଶୋର ଶତପଥୀଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ସହଯୋଗ କରିଥିଲେ।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

April 18, 2026/
No Comments


