ଅର୍ଡ଼ାବାହାଳ ମହିଳା କନିଷ୍ଠ ମହାବିଦ୍ୟାଳୟରେ ଜନଜାତି ଗୌରବ ଦିବସ ସହ ଅଭିଭାବକ ସମାବେଶ
କୁଚିଣ୍ଡା, ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡ଼ା ବାହାଲସ୍ଥିତ କଲ୍ୟାଣ ବିଭାଗ ପରିଚାଳିତ ମହିଳା କନିଷ୍ଠ ବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ରଞ୍ଜନ ନାଏକଙ୍କ ସଭାପତିତ୍ବରେ ବିର୍ସା ମୁଣ୍ଡା ଙ୍କ ଜୟନ୍ତୀ ଉପଲକ୍ଷେ ଜାତୀୟ ଜନଜାତି ଗୌରବ ଦିବସ ସହ ଅଭିଭାବକ ସମାବେଶ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ସମାଜସେବୀ ଓ ଶିକ୍ଷାବିତ୍ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିର୍ସା ମୁଣ୍ଡା ଙ୍କ ସ୍ଵାଧୀନତା ସଂଗ୍ରାମ ଜମି,ଜଳ ଓ ଜଙ୍ଗଲ ପାଇଁ ସଂଗ୍ରାମ ସମ୍ପର୍କରେ ଉଦବୋଧନ ଦେଇଥିଲେ । ପୂର୍ବତନ କୁଚିଣ୍ଡା ବ୍ଲକ ଅଧ୍ୟକ୍ଷା କରୁଣାକର କିଶାନ,ସମିତି ସଭ୍ୟା ଚଂପବତି ବେହେରା ସମ୍ମାନିତ ଅତିଥି ଓ ଅବସର ପ୍ରାପ୍ତ ଏ ବି ଇ ଓ ଗୌରାଙ୍ଗ କୁସୁମ ମୁଖ୍ୟବକ୍ତା ଭାବରେ ଯୋଗଦେଇ ବୀର ବିର୍ସାଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ କୁଚିଣ୍ଡା ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏହୁତି ଭୋଇ, ବି ପି ଏମ ସୁଶ୍ରୀ ଖାଲକୋ ମଧ୍ୟ ମଞ୍ଚାସିନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଭିଭାବକ ମନୋଜ ଭଞ୍ଜ ,ଉଲ୍ଲାସ କିସାନ ,ଛାତ୍ରୀ ବର୍ଷ ମୁଣ୍ଡା ଓ ଛବିଶ୍ରୀ ରୋହିଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପିକା ତୃପ୍ତି ପଟେଲ, ଶୁଭ ଲକ୍ଷ୍ମୀ ପଟ୍ଟନାୟକ ,ଅଧ୍ୟାପକ ଗୁରୁଜନ ଖୁଣ୍ଟିଆ, ମଧ୍ୟ ଦିବସର ମହତ୍ତ୍ଵ ଓ କଲେଜ୍ ର ପଥ୍ୟାଦନ ଉପରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ବୀର ବିର୍ସା ଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଅତିଥି ଗଣ କୃତି ପ୍ର ପ୍ରତିଯୋଗୀ ଛାତ୍ରୀ ଗଣଙ୍କୁ ପୁରସ୍କାର ବିତରଣ କରିଥିଲେ ।ଛାତ୍ରୀ ଗଣଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା ।ଶେଷରେ ଅଧ୍ୟାପକ ଉଦୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

