
Breaking….ଚଳନ୍ତା କାରରେ ଲାଗିଲା ନିଆଁ, ରାଜ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଗାଡ଼ି।ରାଜ ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା ଆର୍ଟିଗା କାର,କାର ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି ସୁରକ୍ଷିତ ଥିବା ନେଇ ସୂଚନା, ଯାହାକି ସୂଚନା ରହିଛି ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ରୋଡ଼ ସ୍ଥିତ ବିର୍ସା ମୁଣ୍ଡା ଛକ ନିକଟରେ ଘଟିଛି ଏହି ଘଟଣା , ଗାଡ଼ିଟି ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ଗାଡ଼ିଟିରେ ହଠାତ୍ ନିଆଁ ଲାଗି ଯାଇଥିଲା, ଚାଳକ ସଙ୍ଗେ ସଙ୍ଗେ ଗାଡ଼ିଟିକୁ ଛିଡାକରି ଓହ୍ଲାଇବା ସହ ସେଥିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଗାଡ଼ି ରୁ ବାହାରକୁ ବାହାରି ଆସିଥିଲେ, ଓ ଦେଖୁ ଦେଖୁ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା।ଘଟଣା ସ୍ଥଳ ରେ ପୋଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଥିଲା।ଘଟଣାଟି ଘଟିଛି ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ କଳିଙ୍ଗ ରୋଡ଼ ସ୍ଥିତ ବିର୍ସାମୁଣ୍ଡା ଛକ ନିକଟରେ lକେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



