ଭଗବାନ ଶ୍ରୀ ସତ୍ୟ ସାଇବାବାଙ୍କ ୧୦୦ ତମ ଜନ୍ମଦିନ ପାଳନ ଅବସରରେ ଅମ୍ବାଦଳା ସାଇ ମନ୍ଦିର ପରିସରରେ ଆଜି ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା। ଏଥିରେ ବହୁ ଯୁବକ ଯୁବତୀ ଆସି ତାଙ୍କର ବହୁମୂଲ୍ୟ ରକ୍ତ ଦାନ କରିଥିବା ବେଳେ ୧୦୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଅମ୍ବାଦଳା ଥାନା I I C କଳ୍ପନା ବେହେରା ଓ ସ୍ଥାନୀୟ S D P O ସନ୍ତୋସିନି ଓରାମ ସହିତ ଅନ୍ୟ ଭଦ୍ରବ୍ୟକ୍ତିମାନେ ରକ୍ତ ଦାନରେ ଉପସ୍ଥିତ ଥିଲେ। ବାବାଙ୍କ ଜନ୍ମଦିନ ଉପଲକ୍ଷେ ଦଶ ଦିନର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରାୟ ସାତ ଆଠ ବର୍ଷ ହେଲା ଏହିଭଳି କାର୍ଯ୍ୟକ୍ରମ ସାଇ ସଂଗଠନ କରି ଆସୁଛନ୍ତି । ରାୟଗ଼ଡ଼ାରୁ ବି ତ୍ରିପତି ପାତ୍ରଙ୍କ ରିପୋର୍ଟ ଜାଗ୍ରତ ଭାରତ ନିଉଜ।

April 16, 2026/
No Comments


