Spread the love

ଭୁବନେଶ୍ଵର: କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନରେ ବଡ଼ ସଫଳତା ମିଳିଛି। ରାଇକିଆ କରଡ଼ା ନିକଟ ନିତିବାଡ଼ି ଜଙ୍ଗଲରେ ଗୁଇନ୍ଦା ସୂଚନା ଆଧାରରେ ଏସଓଜି ଯବାନମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏନକାଉଣ୍ଟରରେ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ବେଳେ ଅନ୍ୟ କିଛି ମାଓବାଦୀ ଗୁଳିବଦ୍ଧ ହୋଇଥିବା ସୂଚନା ମିଳିଛି।

ନିହତମାନେ ଯୋଗେଶ ଓ ରତ୍ନା ବୋଲି ଚିହ୍ନଟ ହୋଇଛନ୍ତି। ଯୋଗେଶ ଉପରେ ୨୨ ଲକ୍ଷ ଟଙ୍କା ଓ ରତ୍ନା ଉପରେ ୧ଲକ୍ଷ ୬୫ହଜାର ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

ଘଟଣାସ୍ଥଳରୁ ଏକେ-୪୭, ଏସଏଲଆର ସହ ବହୁ ଅସ୍ତ୍ର-ଶସ୍ତ୍ର ଜବତ କରାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇ କହିଛନ୍ତି, ୩୧ ମାର୍ଚ୍ଚ ସୁଦ୍ଧା କନ୍ଧମାଳକୁ ମାଓମୁକ୍ତ କରିବା ଲକ୍ଷ୍ୟ ରଖାଯାଇଛି। ଜଙ୍ଗଲରେ ଆତ୍ମଗୋପନ କରିଥିବା ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ଆହ୍ୱାନ ଦିଆଯାଇଛି। ଜିଲ୍ଲା ଏସପି ହରିଶ ବିଶିଙ୍କ ନେତୃତ୍ୱରେ କମ୍ବିଙ୍ଗ ଅପରେସନ ଜାରି ରହିଛି।

Leave a Reply

Your email address will not be published. Required fields are marked *