ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣକୁ ଗିରଫ କଲା ଯୋଡ଼ାପୋଲିସ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ଯୋଡ଼ା ଥାନା ଅନ୍ତର୍ଗତରେ ମାଗେ ପର୍ବ ଦେଖି ଫେରୁଥିବା ବେଳେ ଘରେ ଛାଡ଼ି ଦେବାକୁ କହି ବାଇକରେ ବସାଇ ନେଇ ଅଧା ରାସ୍ତାରେ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇ ଜଣକୁ ଗିରଫ କଲା ଯୋଡ଼ା ପୋଲିସ। ଯାହାକି ସୂଚନା ରହିଛି ଗତ ୨୦ ତାରିଖରେ ଯୋଡ଼ା ଥାନା ଅନ୍ତର୍ଗତ ଭାଗଲପୁର ଗ୍ରାମରେ ରେ ମାଗେପର୍ବ ଚାଲିଥିବା ବେଳେ ମାଗେପର୍ବ ଦେଖି ଫେରୁଥିବା ଜଣେ ମହିଳାଙ୍କୁ ଘରେ ଛାଡ଼ି ଦେବାକୁ କହି ବାଇକରେ ବସାଇନେଇ ଅଧା ରାସ୍ତାରେ ଦୁଷ୍କର୍ମ କରିବା ସମୟରେ ଅନ୍ୟଜଣେ ପହଞ୍ଚି ସେ ମଧ୍ୟ ଦୁଷ୍କର୍ମ କରିବା ଘଟଣାରେ ପୋଲିସ ସେହି ଗ୍ରାମର ଶୁକଲାଲ ମୁଣ୍ଡା ଓ ବାସୁଦେବ ଗାଗରାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସୂଚନା। ଶୁକଲାଲ ମୁଣ୍ଡା ଘରେ ଛାଡ଼ି ଦେବାକୁ କହି ମହିଳାକୁ ବାଇକରେ ନେଇ ଅଧା ରାସ୍ତାରେ ଦୁଷ୍କର୍ମ କରିଥିବା ବେଳେ ପରେ ଘଟଣାସ୍ଥଳରେ ବାସୁଦେବ ପହଞ୍ଚି ଧମକ ଚମକ ଦେଇ ଦୁଷ୍କର୍ମ କରିବା ଘଟଣାକୁ ନେଇ ପୀଡ଼ିତ ଯୋଡ଼ା ଥାନାରେ ଅଭିଯୋଗ କରିବାପରେ ଉକ୍ତ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ବଡ଼ବିଲ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦେବେନ୍ଦ୍ର ନାଥ ପିଙ୍ଗୁଆ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।



