ଜମନକିରା କଲେଜ୍ ରେ ନିଶା ନିବାରଣ ସଚେତନତା ଶିବିର

ଜମନକିରା:୩୦/୩: ସ୍ଥାନୀୟ ଜମନକିରା ଡିଗ୍ରୀ କଲେଜ୍ ପରିସରରେ ଅଧ୍ୟକ୍ଷ ଅରୁଣ କୁମାର ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ ଜମନକିରା ବ୍ଲକ୍ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବୀନ୍ଦ୍ର କୁମାର ସେଠୀ ମୁଖ୍ୟ ଅତିଥି ଓ ସମ୍ବଲପୁର ଜିଲ୍ଲା ନିଶା ନିବାରଣ ଅଭିଯାନ ର ସଭାପତି ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ପାଳି ଭାରତୀ ଇଉଥ କବ ର ନିର୍ଦେଶିକା ଜ୍ୟୋତ୍ସ୍ନା ପ୍ରଧାନ ତାଲିମ ଦାତ୍ରୀ ଭାବରେ ଯୋଗ ଦେଇଥିଲେ । ବକ୍ତା ଗଣ ନିଶା ସେବନ ଜନିତ ସାମାଜିକ ସନ୍ତୁଳନ,ଆର୍ଥିକ ଓ ପାରିବାରିକ ତଥା ସ୍ୱାସ୍ଥ୍ୟ ଗତ ସମସ୍ୟା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ସେମାନେ ଯୁବ ସମାଜ ଜାଗ୍ରତ ହେଲେ ଗୁଜୁରାଟ ଓ ବିହାର ପରେ ଓଡ଼ିଶା ନିଶ୍ଚୟ ନିଶା ମୁକ୍ତ ହୋଇ ପାରିବ ବୋଲି ଆଶା ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ନାୟକ ସମସ୍ତ ଛାତ୍ର,ଛାତ୍ରୀ ଓ ଅତିଥି ମାନଙ୍କୁ ନିଶା ନିବାରଣ ରେ ବ୍ରତୀ ରହିବାକୁ ଛିଡ଼ା ହୋଇ ଶପଥ ପାଠ କରାଇଥିଲେ । ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜମନକିରା ର ବି ଏସଏସ ଓ ରଞ୍ଜିତ୍ କୁମାର ସାହୁ ଓ ବରିଷ୍ଠ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା ମଞ୍ଚାସିନ ଥିବା ବେଳେ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । କ୍ଳବ୍ ର ସଭାପତି ଗୋମତୀ ଧନ,ପଦ୍ମିନୀ କିଶାନ ଓ ଚନ୍ଦ୍ର ଶେଖର ପୋଧ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।



