ଅବସରପ୍ରାପ୍ତ ବନାଧିକାରୀଙ୍କ ପିତୃ ବିୟୋଗ
ତାଳଚେର, ୦୭/୦୪ ତାଳଚେର ବ୍ଳକ ଅନ୍ତର୍ଗତ ଅବସରପ୍ରାପ୍ତ ବନଅଧିକାରୀ ରତନ ଶତପଥୀଙ୍କ ପିତା ହୃଷିକେଶ ଶତପଥୀ ୯୩ବର୍ଷରେ ପରଲୋକ ହୋଇଯାଇଛି । ସେ ସନ୍ଧ୍ୟା ସମୟରେ ଠାକୁରଙ୍କୁ ଆଳତୀ ଦେବାକୁ ଯାଉଥିବା ବେଳେ ହଠାତ୍ ସେହିଠାରେ ଟଳି ପଡ଼ିଥିଲେ । ସେ ସୋଲଡ଼ା ଗ୍ରାମରେ ପୋଷ୍ଟମାଷ୍ଟରଭାବେ ଦୀର୍ଘବର୍ଷ ଧରି କାର୍ଯ୍ୟ କରୁଥିଲେ ଓ ସୋଲଡ଼ା କଳମଛୁଇଁ ଗ୍ରାମର ପୁରୋହିତ ଭାବେ ବେଶ ସେହି ଅଂଚଳରେ ପ୍ରସିଦ୍ଧ ଲାଭ କରିଥିଲେ । ତାଙ୍କ ମରଶରୀରକୁ ଦର୍ଶନ କରିବାକୁ ତାଙ୍କ କ୍ୱାର୍ଟରକୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ସୂଅ ଛୁଟିଥିଲା । ସେ ଜଣେ ପରୋପକାରି, ମିଷ୍ଠଭାଷୀ, ମେଳାପୀ, ସହୃଦୟବ୍ୟକ୍ତି ଭାବେ ବେଶ ଅଂଚଳରେ ଜଣାଶୁଣା ଥିଲେ । ତାଙ୍କ ମରଶରୀରକୁ ପରିକ୍ରମା କରିବାପରେ ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଶେଷକୃତ ସମ୍ପର୍ଣ୍ଣ କରାଯାଇଥିଲା ଓ ତାଙ୍କର ପୁତ୍ର ଶ୍ରୀ ଶତପଥୀ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁ ବେଳକୁ ପରିବାର ସଦସ୍ୟ ସମେତ ବନ୍ଧୁବାନ୍ଧବମାନେ ଉପସ୍ଥିତ ଥିଲେ ।



