କୋଲକତାରେ ଆଗେଇ ଚାଲିଛି ବିଜେପି । ଏହାରି ଭିତରେ କୋଲକତା ପୋଲିସ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭୋଟ ଗଣନା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ପୋଲିସ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ବିଜୟ ପରେ କୌଣସି ଶୋଭାଯାତ୍ରାକୁ ମନା କରାଯାଇଛି । କୋଲକତାରେ ଆଜି ବିଜୟ ସେଲିବ୍ରେସନ କରିବାକୁ ମନା କରାଯାଇଛି ।
ଗଣତି ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ସେଲିବ୍ରେସନ ମନା କରାଯାଇଛି ।
କୋଲକତା ପୋଲିସ କହିଛି ଯେ, ସମ୍ପୂର୍ଣ୍ଣ ଗଣନା ପ୍ରକ୍ରିୟା ସମାପ୍ତ ହେବା ସୁନିଶ୍ଚିତ କରିବା ପାଇଁ ଭୋଟ ଗଣନା ଦିନସାରା ଜାରି ରହିବ । କୋଲକତା ପୋଲିସ ସାର୍ବଜନୀନ ଶୃଙ୍ଖଳା, ଶାନ୍ତି ଏବଂ ସଦ୍ଭାବନା ବଜାୟ ରଖିବା ପାଇଁ ସମସ୍ତଙ୍କୁ ସୂଚିତ କରାଯାଉଛି ଯେ, ୪ ମଇ, ୨୦୨୬ ରେ ନିର୍ବାଚନ ଫଳାଫଳ ସହିତ ଜଡିତ କୌଣସି ବିଜୟ ଶୋଭାଯାତ୍ରା, ରାଲି କିମ୍ବା ସାର୍ବଜନୀନ ଉତ୍ସବ ଅନୁଷ୍ଠିତ ହେବ ନାହିଁ ।
ବିନା ବ୍ୟତିକ୍ରମରେ ଏହି ନିଷେଧ ସମସ୍ତ ରାଜନୈତିକ ଦଳ କିମ୍ବା ଗୋଷ୍ଠୀ ପାଇଁ ପ୍ରଯୁଜ୍ୟ ହେବ । ଯଦି କୌଣସି ବିଜୟ ଶୋଭାଯାତ୍ରା ଥାଏ, ତେବେ ତାହା କେବଳ ୫ ମଇ, ୨୦୨୬ ରେ କିମ୍ବା ତା’ପରେ ସମ୍ପୃକ୍ତ ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ପୂର୍ବ ଅନୁମତି ନେବା ପରେ ଅନୁଷ୍ଠିତ ହୋଇପାରିବ ।



