ଗ୍ରାହକଙ୍କ ପାଖରେ ଅନ୍ଲାଇନ୍ ପାର୍ସଲ୍ ପହଞ୍ଚାଉଛନ୍ତି ଡେଲିଭରୀ ବୟ
ତାଳଚେର, ୦୪/୦୫ ତାଳଚେର ସହର ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବୃଦ୍ଧି ପଇବାରେ ଲାଗିଛି । ଅସହ୍ୟ ଗ୍ରୀଷ୍ମତାପରେ ପଶୁପକ୍ଷୀଙ୍କ ଠାରୁ ଆରମ୍ଭ କରି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲଣି । ଅତ୍ୟନ୍ତ ଜରୁରୀ କାମ ନଥିଲେ ବହୁ ବ୍ୟକ୍ତି ଖରାବେଳ ସମୟରେ ପଦାକୁ ବାହାଗୁନଥିବା ବେଳେ ଟାଇଁଟାଇଁ ଖରାରେ ଗ୍ରାହକଙ୍କ ନିକଟରେ ଅନ୍ଲାଇନ୍ ପାର୍ସଲ୍ ପହଞ୍ଚଉଛନ୍ତି ଡେଲିଭେରୀ ବଏ । ଯେଉଁ ସମୟରେ ସର୍ବାଧିକ ପାରଦ ସ୍ତର ରହିଥାଏ ସେହି ସମୟରେ ତାଳଚେର ସହର ତଥା ଏହାର ଆଖପାଖ ଅଞ୍ଚଳକ ଗଳିକନ୍ଦି ବୁଲିବୁଲି ସଠିକ୍ ଠିକଣାରେ ଅନ୍ଲାଇନ୍ ପାର୍ସଲ୍ ଡେଲିଭେରୀ ବୟମାନେ ପହଞ୍ଚାଇଥିବା ଦେଖିବାକୁ ମିଳୁଛି । କାରଣ ପ୍ରଚଣ୍ଡ ଖରାର କଷ୍ଟ ଠାରୁ ସେମାନଙ୍କ ପାଇଁ ବଳିପଡ଼ୁଛି ଆର୍ଥିକ ଯନ୍ତ୍ରଣା । କିଏ ପରିବାର ଚଳାଇବାକୁ ଏହି ରାସ୍ତା ବାଛିଚି ତ ଆଉ କେହି ନିଜ ବାପାମାଆଙ୍କ ଟିକିତ୍ସା ଖର୍ଚ ତୁଲାଇବାକୁ ପାର୍ଟ ଟାଇମ୍ କାମ କରୁଥିବା ଜଣାପଡିଛି । ସେହିପରି ଅଧିକାଂଶ କଲେଜ ପଢୁଆ ଛାତ୍ର ମଧ୍ୟ ଏହି ଅନ୍ଲାଇନ୍ । ପାର୍ସଲ୍ ଡେଲିଭେରୀ କାର୍ଯ୍ୟ କରି ନିଜର ପଢାର ଖର୍ଚ୍ଚ ତୁଲାଉଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି ବିଗତ କିଛି ବର୍ଷ ହେଲା ଘରେ ବସି ବିଭିନ୍ନ ସାମଗ୍ରୀ ଅନ୍ଲାଇନ୍ ମାଧ୍ୟମରେ ଅର୍ଡର କରୁଥିବା ଦେଖିବାକୁ ମିଳୁଛି । ସମୟର ସଦୁପଯୋଗ ହେଉ ଅବା ସ୍ୱାସ୍ଥ୍ୟଜନିତ ସମସ୍ୟା କିମ୍ବା ବିଳାସପୂର୍ବ ଜୀବନ ବିତାଉଥିବା ଅଧିକାଂଶ ଲୋକେ ଅନ୍ଲାଇନ୍ରେ ବିଭିନ୍ନ ସାମଗ୍ରୀ ଅର୍ଡର କରୁଥିବା ଦେଖିବାକୁ ମିଳିଛି l ଅନ୍ଲାଇନ୍ ପାର୍ସଲ ଗୁଡିକ ରିଆତି ମୂଲ୍ୟରେ ପହଞ୍ଚୁଥିବାରୁ ବହୁ ବ୍ୟକ୍ତି ଏହି କାରବାର ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି । ଖରାର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବାରୁ ଅନ୍ଲାଇନ୍ରେ ବିଭିନ୍ନ ସାମଗ୍ରୀ ମଗାଇବାକୁ ଓ ବହୁବ୍ୟତି ଅଧିକ ଆଗ୍ରହ ପ୍ରକାଶ କରୁଥିବା ବେଳେ ଖରାର ପ୍ରକୋପକୁ ଖାତିର ନକରି ବହୁ ଡେଲିଭେରୀ ବଏ ଅର୍ଡର ପହଞ୍ଚlଉଥିବା ପରିଲକ୍ଷିତ ହେଉଛି ।



