Spread the love

( ଅଟଳ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ )ଜଗତସିଂହପୁର ତା =16/3/25ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟ୍ୟ ରେ କିଛି ସ୍ମୁତି, ଅନୁଭୂତି, ସ୍ନେହ, ପ୍ରେମ, ଭାତୃତ୍ୱ, ସଦଭାବନା କୁ ଉଦ୍ଜୀବିତ ରଖିବା ନିମନ୍ତେ ଜଗତସିଂହପୁର ବ୍ଲକ ଅନ୍ତର୍ଗତ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ଉଚ୍ଚ ବିଦ୍ୟାଳୟର 1983ମସିହା ସିନିୟର ମାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ବିଦ୍ୟାଳୟ ପରିସରରେ ବନ୍ଧୁ ମିଳନ ଉଛବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି |ବରିଷ୍ଟ ଶିକ୍ଷକ ଲକ୍ଷ୍ମୀକାନ୍ତ ମିଶ୍ର ଙ୍କ ସଭାପତିତ୍ୱ ରେ ଶିକ୍ଷକ ବାଉରୀବନ୍ଧୁ ମିଶ୍ର, ଶିକ୍ଷକ ନେତା ବିଜୟ ବିଶ୍ୱାଳ, ଅଦୈତ୍ୟ ଚନ୍ଦ୍ର ପାତ୍ର, ନିରଞ୍ଜନ ମହାନ୍ତି, ରାମଚନ୍ଦ୍ର ଦାଶ, ଉତ୍ତମ ଚରଣ ସାହୁ, ଶିକ୍ଷୟତ୍ରୀ ମନୋରମା ମହାପାତ୍ର, ଭାଗିରଥି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ |ଏହି ଉପଲକ୍ଷେ ଦିବଂଗତ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଦୁଇ ମିନିଟ ନିରବ ପ୍ରାଥନା କରାଯାଇଥିଲା | 1983ମସିହା ମାଟ୍ରିକ ସିନିୟର ବ୍ୟାଚ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପୁଷ୍ପଗୁଛ ସାଲ ପ୍ରଦାନ କରି ପୂଜା ଅର୍ଚନା କରିଥିଲେ | ଗୌରାଙ୍ଗ ଚରଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଞ୍ଜୀବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ | ଏ ସମସ୍ତ କାର୍ଯ୍ୟକ୍ରମ କୁ ସାମ୍ବାଦିକ ତପନ କୁମାର ରାଉତରାୟ, ସଂଗ୍ରାମ କେଶରୀ ମହାନ୍ତି, କ୍ରିଷ୍ଣା ମଞ୍ଜରୀ ପଟ୍ଟନାୟକ, ପ୍ରଦୀପ୍ତ କୁମାର ବିଶ୍ୱାଳ, ଦୁଷ୍ମନ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *