Spread the love

 

ଅନୁଗୋଳ ଜିଲ୍ଲା ‘ଯାଦବ ମହାସଭା’ର ସାଂଗଠନିକ ବୈଠକ ଅନୁଷ୍ଠିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯାଦବ ମହାସଭାର ଏକ ସାଂଗଠନିକ ବୈଠକ ରବିବାର ତା ୦୪/୧୦/୨୦୨୨ ରିଖରେ ଅନୁଗୋଳସ୍ଥିତ ବାସନ୍ତୀ ଦୁର୍ଗାପୂଜା ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି। ମହାସଭାର ସଭାପତି ଶ୍ରୀଯୁକ୍ତ ନୀଳମଣି ରାଉତଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତ ୮ଟି ବ୍ଲକ୍, ୨ଟି ମ୍ୟୁନିସିପାଲିଟି ଓ ୧ଟି ଏନ୍.ଏ.ସି.ରୁ ପ୍ରାୟ ୫୦ ଜଣ ଜାତିପ୍ରେମୀ ସଦସ୍ୟ ଉପସ୍ଥିତ ରହି ସଭାକାର୍ଯ୍ୟକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ବିଭିନ୍ନ ଅଞ୍ଚଳରୁ ଯୋଗଦେଇଥିବା ପ୍ରତିନିଧିମାନେ ଯାଦବ ଜାତିର ଏକତା, ପାରମ୍ପରିକ ସଂସ୍କୃତି ତଥା ରୀତିନୀତି ଉପରେ ଆଲୋକପାତ କରିଥିଲେ। ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଭାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ନିଜର ମତ ରଖିଥିଲେ।

ଉକ୍ତ ସଭାରେ ସାଂଗଠନିକ ବିଚାରବିମର୍ଶ ପରେ ସର୍ବସମ୍ମତିକ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା।

ନୂତନ କର୍ମକର୍ତ୍ତା ତାଲିକା:

  • ସଭାପତି: ଶ୍ରୀଯୁକ୍ତ ନୀଳମଣି ରାଉତ
  • କାର୍ଯ୍ୟକାରୀ ସଭାପତି: ଶ୍ରୀଯୁକ୍ତ ଅମୂଲ୍ୟ କୁମାର ବେହେରା
  • ଉପ-ସଭାପତି: (କ) ଶ୍ରୀ ବିନୟ କୁମାର ଖୁଣ୍ଟିଆ, (ଖ) ଶ୍ରୀ ସୁଧୀର କୁମାର ପରିଡ଼ା, (ଗ) ଶ୍ରୀ ଗୋପୀନାଥ ପରିଡ଼ା, (ଘ) ଶ୍ରୀ ପ୍ରମୋଦ କୁମାର ରାଉତ, (ଙ) ଶ୍ରୀ ସୁନିଲ କୁମାର ପ୍ରଧାନ ଓ (ଚ) ଶ୍ରୀ ତ୍ରିଲୋଚନ ପଟ୍ଟନାୟକ
  • ସାଧାରଣ ସମ୍ପାଦକ: ଶ୍ରୀଯୁକ୍ତ ପରମାନନ୍ଦ ବେହେରା
  • ସହ-ସମ୍ପାଦକ: (କ) ଶ୍ରୀ ଦିବାକର ବେହେରା, (ଖ) ଶ୍ରୀ ଉଦ୍ଧବ ଚନ୍ଦ୍ର ରାଉତ, (ଗ) ଶ୍ରୀ ଅଶୋକ କୁମାର କୁଣ୍ଠିଆ
  • ସାଂଗଠନିକ ସମ୍ପାଦକ: ଶ୍ରୀ ସୁରେନ୍ଦ୍ର କୁମାର ପରିଡ଼ା
  • କୋଷାଧ୍ୟକ୍ଷ: ଶ୍ରୀ ପ୍ରଭାକର ପରିଡ଼ା
  • ସହ-କୋଷାଧ୍ୟକ୍ଷ: ଶ୍ରୀ ବିଶ୍ୱଜିତ ଯାଦବ
  • ଉପଦେଷ୍ଟା ମଣ୍ଡଳୀ: (କ) ଶ୍ରୀ କାମିନୀ କୁଣ୍ଠିଆ, (ଖ) ଶ୍ରୀ କେଶବ ଚନ୍ଦ୍ର କୁଣ୍ଠିଆ, (ଗ) ଶ୍ରୀ ପୂର୍ଣ୍ଣଚନ୍ଦ୍ର ରାଉତ, (ଘ) ଶ୍ରୀ ଅଭିରାମ ବେହେରା, (ଙ) ଶ୍ରୀ ପ୍ରଦୀପ୍ତ କୁମାର କୁଣ୍ଠିଆ, (ଚ) ଶ୍ରୀ ମାର୍କଣ୍ଡ ଦାସ, (ଛ) ଶ୍ରୀ ବନ୍ଧୁଚରଣ ବେହେରା
  • ସାମାଜିକ ଗଣମାଧ୍ୟମ ସଂଯୋଜକ: ଶ୍ରୀ ଲଳିତ ମୋହନ ବେହେରା

ଅନୁଗୋଳ ଯାଦବ ମହାସଭାର ସଂଗଠନକୁ ଆଗାମୀ ଦିନରେ ଅଧିକ ସୁଦୃଢ଼ କରିବା ପାଇଁ ନଭେମ୍ବର ମାସ ୨ୟ ସପ୍ତାହ ମଧ୍ୟରେ ପ୍ରତି ବ୍ଲକ୍, ପଞ୍ଚାୟତ, ଏନ୍.ଏ.ସି., ମ୍ୟୁନିସିପାଲିଟି ତଥା ସମଗ୍ର ଜିଲ୍ଲାର କୋଣ-ଅନୁକୋଣକୁ ବାର୍ତ୍ତା ପ୍ରେରଣ କରି ଏକ ‘ବିଶାଳ ସମାବେଶ’ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଶେଷରେ ସଭାପତିଙ୍କ ଅନୁମତିକ୍ରମେ ଡା. ବିନୟ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *