Spread the love

*ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ’ ପ୍ରତିଯୋଗିତା ଅନୁଷ୍ଠିତ*

ଅନୁଗୋଳ, ୧୬.୧୧ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରଣାଳୟ ଅଧୀନସ୍ଥ ଅନୁଗୋଳ ‘ମୋ ଯୁବ ଭାରତ’ ଆନୁକୂଲ୍ୟରେ ଅନୁଗୋଳ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ଯୁବ ସଂସଦ-୨୦୨୭’ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଯୁବ ପ୍ରତିଭାମାନଙ୍କର ଭୂମିକା’ ଶୀର୍ଷକ ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିବା ସହ ସଭାପତିତ୍ଵ କରିଥିଲେ। ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ‘ନବଭାରତ’ର ପ୍ରତିନିଧି ଶ୍ରୀ ଅମିତ ମୋଦୀ, ନାଲକୋନଗର ସରସ୍ଵତୀ ବିଦ୍ୟାମନ୍ଦିର ଉପାଧ୍ୟକ୍ଷ ଶ୍ରୀ ବିଚିତ୍ରାନନ୍ଦ ନାୟକ, ଜିଲ୍ଲା ଦକ୍ଷତା ବିକାଶ ଲାଇଟହାଉସ୍ କେନ୍ଦ୍ରର ସଂଯୋଜକ ଶ୍ରୀ ରାଜେଶ ସ୍ଵାଇଁ ଏବଂ ଅନୁଗୋଳ ମହିଳା ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ଅଧ୍ୟାପିକା ରଞ୍ଜିତା ସିଂହସାମନ୍ତ ଯୋଗଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ। ପ୍ରାରମ୍ଭରେ ଏନ୍‌ଏସ୍‌ଏସ୍ (NSS) ଓ ମୋ ଯୁବ ଭାରତ ଅଧିକାରୀ ଡ. ଗୌରୀ ଶଙ୍କର ଯୁଗ ପ୍ରକାଶ ଜେନା ଅତିଥି ପରିଚୟ, ସ୍ଵାଗତ ସମ୍ଭାଷଣ ଓ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ. ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୧୦୦ରୁ ଊର୍ଦ୍ଧ୍ଵ ଯୁବ ପ୍ରତିଭା ଅଂଶଗ୍ରହଣ କରିଥିବା ବେଳେ, ଶ୍ରେଷ୍ଠ ବିବେଚିତ ୩ ଜଣ ପ୍ରତିଯୋଗୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇ ଅଧ୍ୟକ୍ଷଙ୍କ ଦ୍ୱାରା ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। ଶେଷରେ ‘ମୋ ଯୁବ ଭାରତ’ର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ତପନ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

You missed