Spread the love

### ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ଏନ୍‌ଟିପିସି ତାଳଚେର ଥର୍ମାଲରେ ‘ଭେଣ୍ଡର ମିଟ୍‌-୨୦୨୬’

୪୨ ଜଣ ଯୋଗାଣକାରୀଙ୍କ ଯୋଗଦାନ, ସ୍ୱଚ୍ଛ କାରବାର ଓ ସହଜ ବ୍ୟବସାୟ ଉପରେ ଗୁରୁତ୍ୱ

ତାଳଚେର, ୫/୧୧: ସ୍ଥାନୀୟ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)ର ବିକାଶ ସହ ଯୋଗାଣକାରୀଙ୍କ ସହ ଦୀର୍ଘମିଆଦୀ ସମ୍ପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏନ୍‌ଟିପିସି ତାଳଚେର ଥର୍ମାଲ ପକ୍ଷରୁ ବାର୍ଷିକ ‘ଭେଣ୍ଡର ମିଟ୍‌-୨୦୨୬’ ଆୟୋଜିତ ହୋଇଯାଇଛି। ନଭେମ୍ବର ୩ ତାରିଖ ମଙ୍ଗଳବାର ଦିନ ଟିଟିପିଏସ୍‌ ପରିସରରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଞ୍ଚଳର ଉଦ୍ୟୋଗୀ ଓ ଯୋଗାଣକାରୀଙ୍କୁ ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଅବଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନୁଗୋଳ ସମେତ ପଡ଼ୋଶୀ ଜିଲ୍ଲାରୁ ମୋଟ ୪୨ ଜଣ ଯୋଗାଣକାରୀ ଅଂଶଗ୍ରହଣ କରିଥିଲେ। ଏଥିସହ ଏନ୍‌ଟିପିସି ଟିଟିପିଏସ୍‌ର ବରିଷ୍ଠ ଅଧିକାରୀ, ସିଆଇଏସ୍‌ଏଫ୍‌, ଜାତୀୟ ଏସ୍‌ସି/ଏସ୍‌ଟି ହବ୍‌, କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରଣାଳୟ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍‌ଟିପିସି ଟିଟିପିଏସ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ପ୍ରକଳ୍ପ ମୁଖ୍ୟ ଶ୍ରୀ ବିଜୟ ଚାନ୍ଦ ପରିବର୍ତ୍ତିତ ବ୍ୟବସାୟିକ ପରିବେଶରେ ସହଜ ବ୍ୟବସାୟ ବ୍ୟବସ୍ଥା ଓ ନୂତନ ସୁଯୋଗର ସଦୁପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଯୋଗାଣକାରୀମାନେ ସରକାରଙ୍କ ନୂତନ ନୀତି ଓ ନିୟମ ସମ୍ପର୍କରେ ଅବଗତ ରହିବା ସହ ସମସ୍ତ ବ୍ୟବସାୟିକ କାରବାରରେ ସ୍ୱଚ୍ଛତା ବଜାୟ ରଖିବାକୁ ସେ ଆହ୍ୱାନ ଦେଇଥିଲେ।

ଅନ୍ୟତମ ଅତିଥି ଭାବେ ଭୁବନେଶ୍ୱରସ୍ଥିତ ଏନ୍‌ଏସ୍‌ଏସ୍‌ଏଚ୍‌ଓର ମୁଖ୍ୟ ଶ୍ରୀ ଏସ୍‌.କେ. ସାହା ଏବଂ ଏମ୍‌ଏସ୍‌ଏମ୍‌ଇ-ଡିଏଫ୍‌ଓର ସହକାରୀ ନିର୍ଦ୍ଦେଶକ ଶ୍ରୀ ଦିବାକର ଯୋଗଦେଇ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗୀ ଓ ଏସ୍‌ସି/ଏସ୍‌ଟି ବର୍ଗର ଉଦ୍ୟୋଗୀଙ୍କ ପାଇଁ ଉପଲବ୍ଧ ସ୍ୱତନ୍ତ୍ର ସୁବିଧା, ସରକାରୀ କ୍ରୟ କ୍ଷେତ୍ରରେ ରିହାତି ଏବଂ ବିଭିନ୍ନ ସହାୟତା ବ୍ୟବସ୍ଥା ସମ୍ପର୍କରେ ଉପଯୋଗୀ ସୂଚନା ପ୍ରଦାନ କରିଥିଲେ।

ଏହି ଭେଣ୍ଡର ମିଟ୍‌ ଜରିଆରେ ସ୍ଥାନୀୟ ଉଦ୍ୟୋଗୀଙ୍କୁ ଏନ୍‌ଟିପିସିର କ୍ରୟ ପ୍ରକ୍ରିୟା ଓ ବ୍ୟବସାୟିକ ସୁଯୋଗ ସହ ଯୋଡ଼ିବା ସହ ଶିଳ୍ପାଞ୍ଚଳରେ ଏମ୍‌ଏସ୍‌ଏମ୍‌ଇର ଅଂଶଗ୍ରହଣ ବୃଦ୍ଧି ପାଇଁ ଏକ ମଞ୍ଚ ସୃଷ୍ଟି ହୋଇଥିଲା।

NTPC Talcher Thermal hosts “Vendor Meet-2026” to strengthen ties and to promote MSMEs growth

NTPC Talcher Thermal organised Annual Vendor Meet-2026 for Micro & Small Enterprises (MSEs) on Tuesday (03-11-2026) at TTPS campus to strengthen long-term partnerships with the vendors.

A total of 42 vendors from Angul and neighbouring districts participated in the event along with senior officials of NTPC TTPP, CISF, National SC/ST Hub, Ministry of MSME Department and District Industries Centre.

Addressing the gathering, Chief Guest Shri Vijay Chand, Executive Director & Head of Project (TTPS), emphasized on enhancing opportunities with ease of doing business in changing environment. He further exhorted all to understand the latest policies and stressed on transparency in transactions.

Distinguished dignitaries, including Shri S.K. Saha (Head of NSSHO, Bhubaneswar), Shri Diwakar (Assistant Director, MSME-DFO), also shared valuable insights from the dias regarding specialized benefits, procurement relaxations, and support mechanisms tailored for MSMEs and SC/ST entrepreneurs.

Leave a Reply

Your email address will not be published. Required fields are marked *

You missed