Spread the love

କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମୃତ।

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ପୁଣି ହାତୀ ଆକ୍ରମଣରେ ଜଣେ ମୃତ ହୋଇଥିବା ନେଇ ସୂଚନା। ହାତୀ ଆକ୍ରମଣ କରିବାରୁ ଜଣେ ଦଶମ ଶ୍ରେଣୀ ଛାତ୍ର ମୃତ ବରଣ କରିଥିବା ନେଇ ସୂଚନା। କେନ୍ଦୁଝର ଜିଲ୍ଲା ଚମ୍ପୁଆରେଞ୍ଜ ଉଖୁଣ୍ଡା ସେକ୍ସନ ସିଲିପୁଞ୍ଜି ଜଙ୍ଗଲରେ ୨୫ ଟିକିଆ ହାତୀପଲ ଥିବା ବେଳେ ଆଜି ହାତୀ ଦେଖିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବାରିଆ ଥାନା ଅନ୍ତର୍ଗତ ମଣ୍ଡମା ଗ୍ରାମ ର କେଦାର ମହାନ୍ତ ଙ୍କ ପୁଅ ଆକାଶ ମହାନ୍ତ (୧୪ ବର୍ଷ) ଆଜି ସକାଳୁ ସେ ହାତୀ ଦେଖିବାକୁ ସିଲିପୁଞ୍ଜି ଜଙ୍ଗଲ ଯାଇଥିଲେ। ଜଙ୍ଗଲ ଭିତରେ ହାତୀ ହାବୁଡରେ ପଡିବାରୁ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ହାତୀ ତାକୁ ଶୁଣ୍ଢରେ କଚାଡି ଦେବାରୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ଏଠାରେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଛନ୍ତି। ଆକାଶ ଝୁମ୍ପୁରା ବ୍ଲକ ଗୁଣ୍ଡୁଣିଆ ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି। ହାତୀ ଜଙ୍ଗଲ ରେ ଥିବା ବେଳେ ହାତୀ ପାଖକୁ କେହି ନଯିବା ନେଇ ବାରମ୍ବାର ବନ ବିଭାଗ ଲୋକ ଙ୍କୁ ସଚେତନ କରିବା ସତ୍ତ୍ୱେ ଲୋକ ଏହାକୁ ଖାତିର ନକରିବାରୁ ଓ ହାତୀ ଜଙ୍ଗଲ ଭିତରେ ଥିବା ବେଳେ ଲୋକେ ହାତୀପାଖକୁ ଯିବା ଦ୍ବାରା ଏପରି ଅଘଟଣ ଘଟିଥିବା ନେଇ ସୂଚନା।

କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *