Spread the love

ନିର୍ବାଚନ ବିଗୁଲ ପରେ ଏବେ ନୂଆପଡ଼ାରେ ବଢିଛି ରାଜନୈତିକ ଉଷ୍ମତା । ଘାସିରାମ ମାଝୀଙ୍କ ନାଁରେ ମୋହର ମାରିଛନ୍ତି ପିସିସି ସଭାପତି ଭକ୍ତ ଦାସ। ଏବେ କେବଳ ବିଧିବଦ୍ଧ ନାଁ ଘୋଷଣାକୁ ଅପେକ୍ଷା। ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଏକ ପ୍ରକାର ସ୍ଥିର ହୋଇସାରିଛି । ସୂଚନାଯୋଗ୍ୟ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ୍ ଗଣତି ।

ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଛି। ତେବେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ଥିଲା। କଂଗ୍ରେସ ପ୍ରଥମେ ତା’ର ପ୍ରାର୍ଥୀ ଘୋଷଣା କରିଛି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।

Leave a Reply

Your email address will not be published. Required fields are marked *