Spread the love

ମୁଖ୍ୟମନ୍ତ୍ରୀ ଆଜି ରାଜୀବ ଭବନସ୍ଥିତ ଜଳ ସମ୍ପଦ ବିଭାଗ ପରିଦର୍ଶନ କରି ବିଭାଗର ସବିସ୍ତୃତ କାର୍ଯ୍ୟକଳାପ ବୁଝିଥିଲେ। ସେ ପ୍ରଥମେ ଅଷ୍ଟମ ମହଲାରେ ଥିବା ରାଜ୍ୟ ଜଳ ବିଜ୍ଞାନ ତଥ୍ୟ କେନ୍ଦ୍ର (State Hydrological Data Center) ପରିଦର୍ଶନ କରିଥିଲେ। ସେଠାରେ ରିଅଲ୍-ଟାଇମ୍ ତଥ୍ୟ ଆଧାରରେ ଜଳ ପରିଚାଳନା ପ୍ରଣାଳୀ ବିଷୟରେ ଜାଣିଥିଲେ।

ଏହାପରେ ସେ ବିଭିନ୍ନ ଉପବିଭାଗ ଭ୍ରମଣ କରି ଅଧିକାରୀ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଆହୁରି ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ମତରେ, ଏହି ଲକ୍ଷ୍ୟ ପୂରଣ ପାଇଁ ଜଳ ସମ୍ପଦ ବିଭାଗକୁ ସ୍ମାର୍ଟ ଭାବରେ କାର୍ଯ୍ୟ କରିବା ଆବଶ୍ୟକ। ଖରିଫ ଓ ରବି ଋତୁରେ ଚାଷୀଙ୍କୁ ଜଳ ସୁବିଧା ଯୋଗାଇଦେବା ପାଇଁ ଜଳ ସଂରକ୍ଷଣ ଓ କେନାଲଗୁଡିକର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଜଳ ପହଞ୍ଚିବା ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ କୁହାଯାଇଛି।ଏହି ଅବସରରେ ଉନ୍ନୟନ କମିଶନର ଅନୁ ଗର୍ଗ, ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *