Spread the love

*ଜନତା ହାଇସ୍କୁଲରେ ରାଷ୍ଟ୍ରୀୟ ପକ୍ଷୀ ଦିବସ ପାଳିତ :* ଛାତ୍ରାବସ୍ଥାରୁ ବିହଙ୍ଗଜଗତର ସଂରକ୍ଷଣ ନିମନ୍ତେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁ୍କ୍ତା ସ୍ଥିତ ଜନତା ହାଇସ୍କୁଲରେ ରାଷ୍ଟ୍ରୀୟ ପକ୍ଷୀ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଦୁର୍ଗାପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଇକୋ କ୍ଲବ ମାଷ୍ଟର ଟ୍ରେନର ସଞ୍ଜୟ ଖମାରୀ ରାଷ୍ଟ୍ରୀୟ ପକ୍ଷୀ ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ “ପରିସଂସ୍ଥାରେ ପକ୍ଷୀଜଗତ” ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀମାନଙ୍କ ମଧ୍ୟରୁ ମଞ୍ଜୁ ନାୟକ, ନୈନାଶ୍ରୀ ପଧାନ ଏବଂ ପ୍ରିୟଦର୍ଶିନୀ ଦେହେରୀ ଯଥାକ୍ରମେ ପ୍ରଥମ,ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନାୟକ ପକ୍ଷୀ ସଂରକ୍ଷଣର ଆବଶ୍ୟକତା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ। ଇକୋ ମାଷ୍ଟର ଟ୍ରେନର ଶ୍ରୀ ଖମାରୀ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ପକ୍ଷୀମାନଙ୍କ ବାସସ୍ଥାନ ,ଖାଦ୍ୟ ସଂଗ୍ରହ, ବସା ନିର୍ମାଣଶୈଳୀ, ପକ୍ଷୀସଂରକ୍ଷଣ ସମ୍ବନ୍ଧୀୟ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଏଥିରେ ବିଦ୍ୟାଳୟର ବୀର ସୁରେନ୍ଦ୍ର ସାଏ ଇକୋ କ୍ଲବ, ଶକ୍ତି କ୍ଲବ ଏବଂ ମାନକ କ୍ଲବର ସଦସ୍ୟଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସଞ୍ଜୟ ଖମାରୀ, ତେଜରାମ ସା,ବୋଧରାମ ବିଶ୍ବାଳ,ଆଶୁତୋଷ ଭୋଇ,ସୁବାସ ଚନ୍ଦ୍ର ଖମାରୀ,ପଦ୍ମଲୋଚନ ବିଶି,ଅଙ୍କିତ ମହନ୍ତ,ଶିକ୍ଷୟିତ୍ରୀ ଅନୀତା ପଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷକ ଶ୍ରୀପତି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *