ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ: “ରାଷ୍ଟ୍ର ପାଇଁ” ମଧ୍ୟସ୍ଥତା-୩.୦
ଭାରତର ସର୍ବୋଚ୍ଚ ନ୍ୟାୟାଳୟ, ଜାତୀୟ ଆଇନସେବା ପ୍ରାଧିକରଣ, ମଧ୍ୟସ୍ଥତା ଏବଂ ମିଳାମିଶା ପ୍ରକଳ୍ପ କମିଟି, ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ତା.୦୧.୧୦.୨୦୨୨ ଠାରୁ ତା.୩୧.୧୨.୨୦୨୨ ପର୍ଯ୍ୟନ୍ତ ସ୍ୱତନ୍ତ୍ର ମଧ୍ୟସ୍ଥତା ଅଭିଯାନ: “ରାଷ୍ଟ୍ର ପାଇଁ” ମଧ୍ୟସ୍ଥତା-୩.୦ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଅଛି।
ଉକ୍ତ ମଧ୍ୟସ୍ଥତା କାର୍ଯ୍ୟକ୍ରମ ମାଧ୍ୟମରେ କୋର୍ଟରେ ବିଚାରାଧୀନ ଥିବା ପାରିବାରିକ ମାମଲା, ମୋଟର ଯାନ ଦୁର୍ଘଟଣା ଜନିତ ମାମଲା, ଚେକ ବାଉନ୍ସ ମାମଲା, ଘରୋଇ ହିଂସା ମାମଲା, ଜମି ଅଧିଗ୍ରହଣ ମାମଲା, ଖାଉଟି ବିବାଦ ମାମଲା, ଚାକିରୀ ସମ୍ପର୍କିତ ମାମଲା, ଫୌଜଦାରୀ ସମ୍ପର୍କିତ ମାମଲା, ଦେୱାନୀ ମାମଲା, ଋଣ ଆଦାୟ ସମ୍ପର୍କିତ ମାମଲା, ବ୍ୟବସାୟିକ ସମ୍ପର୍କିତ ମାମଲା ଇତ୍ୟାଦିର ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରାଯାଇପାରିବ।
ମଧ୍ୟସ୍ଥତା ପ୍ରକ୍ରିୟା ଗୋପନୀୟ, ସ୍ୱଚ୍ଛ, ଅନୌପଚାରିକ ଏବଂ ନମନୀୟ ଅଟେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତି। ମଧ୍ୟସ୍ଥତା ମାଧ୍ୟମରେ ନିଜ ମାମଲାର ସହଜ ସମାଧାନ ପାଇଁ ଏବଂ ଆର୍ଥିକ କ୍ଷତି ଓ ସମୟ ଅପଚୟରୁ ନିସ୍ତାର ପାଇବା ପାଇଁ ଏହା ଏକ ସୁଯୋଗ ଅଟେ। ସବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ବା ତାଲୁକ ଆଇନସେବା କାର୍ଯ୍ୟାଳୟ, ତାଳଚେର, ଆଠମଲ୍ଲିକ, ପାଲଲହଡ଼ା, ଛେଣ୍ଡିପଦା ଓ ବଅଁରପାଳ ସହିତ ଯୋଗାଯୋଗ କରନ୍ତୁ।
ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ
ଜିଲ୍ଲା ନ୍ୟାୟାଳୟ ପରିସର, ଅନୁଗୋଳ
ଯୋଗାଯୋଗ – ୮୨୭୩୧୦୫୨୪୦
e-mail: dlsaangul@gmail.com
