Spread the love

ଜିଲ୍ଲା ସ୍ତରୀୟ କୁକୁଡା ଚାଷୀ ସଂଘର ବୈଠକ

ଢେଙ୍କାନାଳ, ୧୧/୧୦ : ଓଡିଶା ରାଜ୍ୟ କୁକୁଡା ଚାଷୀ ମହାସଂଘ ଢେଙ୍କାନାଳ ଜିଲ୍ଲା ତରଫରୁ ଜିଲ୍ଲାର ଚାଷୀମାନଙ୍କୁ ନେଇ ସ୍ଥାନୀୟ ବଳରାମ ମନ୍ଦିର ପ୍ରାଙ୍ଗଣରେ ଥିବା ଲକ୍ଷ୍ମୀ ମନ୍ଦିର ଠାରେ ଜିଲ୍ଲା ସଭାପତି ଓ ସମ୍ପାଦକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ସଭାରେ ଜିଲ୍ଲାର ଚାଷୀମାନଙ୍କର ବିଭିନ୍ନ ଅସୁବିଧା ତଥା କମ୍ପାନୀମାନଙ୍କ ଦ୍ବାରା କରାଯାଇଥିବା ଚାଷୀ ଶୋଷଣ ସଂପର୍କରେ ଆଲୋଚନା କରାଗଲା । ଏ ସଂପର୍କରେ ବିଧ‌ିବଦ୍ଧ ଭାବରେ ରାଜ୍ୟ ସଂଘକୁ ଅବଗତ କରାଇବା ସହ ଜିଲ୍ଲା ସ୍ତରରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ନିମନ୍ତେ ସ୍ଥିର କରାଯାଇଥିଲା । ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ପାଇଁ ବ୍ଲକ୍ ସ୍ତରରେ ସଂଗଠନକୁ ଦୃଢ କରିବା ନିମନ୍ତେ ସ୍ଥିର ହୋଇଥିଲା ଏବଂ ଉପସ୍ଥିତ ସମସ୍ତ ସଦସ୍ୟ ଆଗାମୀ ଦିନ ମଧ୍ୟରେ ସଂଗଠନ ଗଠନ କରି ଜିଲ୍ଲା ସଭାପତିଙ୍କୁ ଅବଗତ କରିବା ପାଇଁ ସଭାରେ ସ୍ଥିର କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ସଭାପତି ସୁଶିଲ୍ କୁମାର ବେହେରା ଓ ସମ୍ପାଦକ ସିଦ୍ଧାର୍ଥ ପ୍ରଧାନଙ୍କ ସମେତ ଅଶୋକ କୁମାର ସାହୁ, ନିଶାମଣୀ ବରାଳ, ଦୁଷ୍ମନ୍ତ ସାହୁ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *