ଢେଙ୍କାନାଳ : ଭାଗିରଥୀ ସାଗର କୂଳରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ମାଘ ମାସର ପ୍ରଥମ ସୋମବାର ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ସକାଳୁ ମଙ୍ଗଳ ଆଳତୀ,ସ୍ନାନ, ବେଲ ପତ୍ର, ଫୁଲ, ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।ଅନ୍ନ ଧୂପ, ସନ୍ଧ୍ୟା ବେଳେ ଆଳତୀ ପରେ ଘର୍ଷଣ କରାଯାଇ ମେଳା ବେଶ ଅନୁଷ୍ଠିତ ହୋଇଥିଲା । ଚୁଡ଼ା ଘଷା ଓ ପଣା ଲାଗି କରାଯାଇଥିଲା। ପୂଜକ ତୁଷାର ରଂଜନ ମିଶ୍ର ଓ ବିଭୁତି ଭୁଷଣ ପଣ୍ଡା ପ୍ରମୁଖ ପୂଜା କରିଥିଲେ।
