Spread the love

### ତାଳଚେର କଲେଜ ଛାତ୍ରସଂସଦ ନିର୍ବାଚନରେ ABVPର ବାଜିମାତ୍, ୨୦ ଛାତ୍ରନେତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ

ତାଳଚେର, ୧୨/୧୦: ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ସଂଗଠନର ୨୦ ଜଣ ଛାତ୍ରନେତା ବିଭିନ୍ନ ପଦପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏହି ସଫଳତାକୁ ନେଇ ABVP କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

ନିର୍ବାଚନରେ ତୁଷାର ସାହୁ ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ପ୍ରିୟଙ୍କା ପ୍ରିୟଦର୍ଶିନୀ ପଟ୍ଟନାୟକ ଉପସଭାପତି ଦାୟିତ୍ୱ ପାଇଛନ୍ତି। ସେହିପରି ହିମେଶ ମହାରଣା ସାଧାରଣ ସମ୍ପାଦକ ଏବଂ କ୍ଷୀରୋଦିନୀ ନାୟକ ସହସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ଏହାବ୍ୟତୀତ ଅନ୍ୟାନ୍ୟ ପଦବୀରେ ମଧ୍ୟ ABVPର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇ ମୋଟ ୨୦ଟି ପଦ ହାତେଇଛନ୍ତି। ନିର୍ବାଚିତ ଛାତ୍ରନେତାମାନଙ୍କୁ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।

ଏହି ବିଜୟ ଛାତ୍ରଛାତ୍ରୀଙ୍କ ଆସ୍ଥା ଓ ସମର୍ଥନର ପ୍ରତିଫଳନ ବୋଲି ABVP ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ଓ ମହାବିଦ୍ୟାଳୟର ବିକାଶ ପାଇଁ ନବନିର୍ବାଚିତ ଛାତ୍ରନେତାମାନେ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *