Spread the love

ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ

ତାଳଚେର:-ତାଳଚେର ବ୍ଲକ ଗୋପାଳପ୍ରସାଦ ସ୍ଥିତ ମା ହିଙ୍ଗୁଳାଙ୍କ ମନ୍ଦିର ପରିସରରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ପଦ୍ମ ଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପୂର୍ବତନ ସାଂସଦ ମହେଶ ସାହୁ, ପଂଚାୟତ ସମିତି ଅଧ୍ୟକ୍ଷା ହେମଲତା ମହାନ୍ତି, କାଉନସିଲର, ସରପଂଚ, ସମିତି ମେମ୍ବର, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା ମାନେ ଯୋଗଦେଇ ତାଳଚେର ମେଡିକାଲ୍ କଲେଜ୍ ଓ ଚିକିତ୍ସା ତାଳଚେର ଠାରେ ଶୀଘ୍ର ଆରମ୍ଭ କରିବାକୁ ସର୍ବ ସମ୍ମତି ପ୍ରସ୍ତାବ ଗ୍ରହଣ କରାଯାଇ ଆସନ୍ତା ତା୧୮/୦୬/୨୦୨୫ ରିଖ ଠାରୁ ମେଡିକାଲ୍ କଲେଜ୍ ସମ୍ମୁଖରେ ତା୨୭/୦୬/୨୦୨୫ ରିଖ ପର୍ଯ୍ୟନ୍ତ ୧୦ ଦିନ ପାଇଁ ଗଣଧାରଣା ଦିଆଯିବ ଏବଂ ଆସନ୍ତା ତା୩୦/୦୬/୨୦୨୫ ରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସ୍ଥିର ହୋଇଛି । ଉକ୍ତ ବୈଠକରେ ସଂପାଦକ ବିଜୟ କୁମାର ପ୍ରଧାନ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ମୁରଲୀଧର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ରୀତାରାଣୀ ଦାସ, ଚୈତନ୍ୟ ପ୍ରଧାନ, ଜଗଦାନନ୍ଦ ପ୍ରଧାନ, ପ୍ରହ୍ଲ୍ାଦ ସାହୁ, ହିମାଂଶୁ ପ୍ରଧାନ, ପ୍ରକାଶ ସାହୁ, ଅନନ୍ତ ସାହୁ, ଖୁଲଣା ପରିଡା, ସୁକାନ୍ତ ଦାସ, ଅନ୍ତର୍ଯ୍ୟାମୀ ମହାନ୍ତି, ସୁରେଶ ବେହେରା, ଅରବିନ୍ଦ ଭୂତିଆ, ଧୃବ ଚରଣ ଧିର, ସୁରେଶ ପଟ୍ଟନାୟକ, ରମାକାନ୍ତ ସାମଲ, ସନ୍ତୋଷ ପ୍ରଧାନ, ସଂଜୀବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *