ଦଶହରା ଅବସରରେ ରାବଣ ପୋଡ଼ି
ତାଳଚେର,୨୨/୧୦ ପବିତ୍ର ବିଜୟା ଦଶମୀ ପାଳନ ଅବସରରେ ତାଳଚେର ବ୍ଲକ ସାଉଥବଲଣ୍ଡା ଶିବ ମନ୍ଦିର ପଡିଆ ପରିସରରେ ୧୫ତମ ରାବଣ ପୋଡ଼ି ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ରାବଣ ପୋଡ଼ି ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ବିଜେପି ଉପସଭାପତି ସମାଜସେବୀ ରାଜେନ୍ଦ୍ର କୁମାର ସିଂହ ଅଧ୍ୟକ୍ଷତା କରିଥିଲେ । ନାନା ରକମର ବାଣ ଓ ରଙ୍ଗୀନ ଆତସବାଜି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା । ତାଳଚେର କୋଇଲା ଖଣି ମଜଦୁର୍ ସଂଘର କାର୍ଯ୍ୟକାରୀ ସଭାପତି ରଞ୍ଜନ କୁମାର ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରାବଣପୋଡ଼ି ସଞ୍ଜୀବ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ତାଳଚେର କୋଇଲା ଖଣି ମଜଦୁର୍ ସଂଘର ବରିଷ୍ଠ କର୍ମକର୍ତାଙ୍କ ସମେତ ରାବଣପୋଡ଼ି ଅନୁଷ୍ଠାନର ବହୁ ସଦସ୍ୟ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ ।
