Spread the love

::ଦୀର୍ଘ ୧ବର୍ଷ, ୩ମାସର ବ୍ୟବଧାନ ପରେ ବସିଥିବା ଅତାବିରା ପଂଚାୟତ ସମିତିର ସାଧାରଣ ବୈଠକ ଆଜି ଅଧିକାରୀ ଶୂନ୍ୟ :: ବରଗଡ:୦୨/୦୯(ପବିତ୍ର ମେହେର)ବରଗଡ ଜିଲ୍ଲା ଅତାବିରା ବ୍ଲକ ପଂଚାୟତ ସମିତି ସଭା ଗୃହରେ ପଂଚାୟତ ସମିତି ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନିହାର ରଞ୍ଜନ ମହାନନ୍ଦ,ବିଡ଼ିଓ ରିପୁନାଥ ସୁନା,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁ,ବ୍ଲକ ଉପାଧ୍ୟକ୍ଷ ଅନନ୍ତ ମେହେର ଯୋଗ ଦେଇଥିବା ବେଳେ ବିଭିନ୍ନ ବିଭାଗର ଅଧିକାରୀ ଅନୁପସ୍ଥିତ ରହିବାରୁ ଲୋକଙ୍କ ସମସ୍ୟା ଅଧା ଅଧୁରା ହୋଇ ରହିଗଲା।

ସ୍କୁଲମାନଙ୍କରେ ଶିକ୍ଷକ ଅଭାବ,ଡାକ୍ତରଖାନାରେ ଡାକ୍ତରଙ୍କ ସହ କର୍ମଚାରୀ ଅଭାବ ଯୋଗୁଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରୋଗୀ, କୁମ୍ବେଲସିଂହା ଡାକ୍ତରଖାନାକୁ ପାନୀୟ ଜଳର ଉତ୍କଟ ସମସ୍ୟା,କାଦୋବାହାଲ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଗର୍ଭବତୀ ମହିଳାଙ୍କ ପ୍ରସୂତି କ୍ଷେତ୍ରରେ ଅସୁବିଧା,ପ୍ରତି ପଞ୍ଚାୟତ ରେ ରାସ୍ତାଘାଟ ସମସ୍ୟା ,ଆରଡ଼ି ବିଭାଗକୁ ରାସ୍ତା ହସ୍ତାନ୍ତର ପରେ ହେଉନି ରାସ୍ତା କାମ ଏହିପରି ଅନେକ ସମସ୍ୟା ଭିତରେ ଲୋକଙ୍କ ଦିନ ବିତିବାରେ ଲାଗିଛି।ପଂଚାୟତ ସମିତିର ସଭ୍ୟ,ସରପଞ୍ଚ, ଜିଲ୍ଲା ପରିଷଦ, ଏପରିକି ଖୋଦ୍ ବିଧାୟକ ମଧ୍ୟ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ ବିରକ୍ତି ପ୍ରକାଶ କରିଥିଲେlଫୋନ୍ ମାଧ୍ୟମରେ ଅନୁପସ୍ଥିତ ରହିଥିବା ଅଧିକାରୀମାନଙ୍କୁ ତାଗିଦ୍ କରିଥିଲେ।ଲୋକଙ୍କ ସରକାର ସମୟରେ ଅଧିକାରୀଙ୍କ ଅଫିସର ରାଜ, ଚିଠି ହେଲେ ବି ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ଲୋକଙ୍କ ମଧ୍ୟରେ ନୈରାଶ୍ୟର ବାତାବରଣ ସୃଷ୍ଟି କରୁଛି l

Leave a Reply

Your email address will not be published. Required fields are marked *