ଦେଶରେ ଅର୍ଣ୍ଣବର ତାଣ୍ଡବ ଆରମ୍ଭ ହୋଇଥିବାବେଳେ ଆମର ଏଠି ଦନ୍ତାର ତାଣ୍ଡବ ଚାଲିଛି।
କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତଥା ଖଣିଜକ୍ଷେତ୍ର ଯୋଡ଼ା ଖଣିମଣ୍ଡଳରେ ଜଙ୍ଗଲି ହାତୀଙ୍କ ଉତ୍ପାତ୍ କ୍ରମଶଃ ବୃଦ୍ଧି ପାଉଥିବା ପରିଲକ୍ଷିତ ହୁଏ। ଯାହାକି ସୂଚନା ରହିଛି ଏକ ଗୋଠଛଡ଼ା ଦନ୍ତାହାତୀ ଖଣିରେ ପଶି ଉପଦ୍ରବ କରିଥିବା ନେଇ ସୂଚନା । କେନ୍ଦୁଝର ଜିଲ୍ଲା ବଡ଼ବିଲ୍ ରେଞ୍ଜ OMC ରୋଇଡ଼ା-ସି ଖଣି କାର୍ଯ୍ୟାଳୟରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି । ଦେଖନ୍ତୁ, କିଭଳି କବାଟ ଭାଙ୍ଗି ଖଣି କାର୍ଯ୍ୟାଳୟ ଭିତରେ ପଶିବାକୁ ଉଦ୍ୟମ କରୁଛି ହାତୀ । ହଠାତ୍ ହାତୀକୁ ଦେଖି ସୁରକ୍ଷାକର୍ମୀ ସେଠାରେ ପହଞ୍ଚିଥିଲେ । ହେଲେ, ହାତୀ ସେଠାରୁ ଯିବା ବଦଳରେ ଖଣି ଭିତରକୁ ମାଡ଼ି ଯାଇଥିଲା । ସୂଚନା ଅନୁଯାୟୀ, ଏହି ହାତୀ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲାର ବଣେଇରୁ ଆସିଥିବା ନେଇ ସୂଚନା। ଖଣିରେ ପଶି କିଛି ସମୟପରେ ସିଦ୍ଧମଠ ଜଙ୍ଗଲକୁ ଚାଲିଯାଇଥିବା ନେଇ ସୂଚନା। ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ହାତୀଟିର ଗତିବିଧି ଉପରେ ନଜର ରଖିଥିବା ନେଇ ସୂଚନା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ।
