Spread the love

ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଜାରି

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ। ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ମତଦାତା। ସୁନାବେଡ଼ା ଅଞ୍ଚଳରେ ୮ଟି ମତଦାନ କେନ୍ଦ୍ର ରହିଛି। ୩୫୮ଟି ବୁଥ୍ ପାଇଁ ୩୬୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି। ଅତି ସମ୍ବେଦନଶୀଳ ବୁଥ୍‌ରେ ଅପରାହ୍ନ ୪ଟା ଯାଏ ହେବ ମତଭେଦ। ସମ୍ବେଦନଶୀଳ ବୁଥ୍‌ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇଭିଏମ୍ ରେ ତ୍ରୁଟି ଯୋଗୁଁ ଖରିଆର ମଙ୍ଗରାପାଲିର ୭୬ ନମ୍ବର ବୁଥ୍‌ରେ ମତଦାନରେ ବିଳମ୍ବ ହୋଇଛି। ମୋକ୍‌ ପଲ ପରେ ଇଭିଏମ୍ ଅଚଳ ହୋଇଥିବା ସୂଚନା।

Leave a Reply

Your email address will not be published. Required fields are marked *