Spread the love

ପବ୍ଲିକ ସର୍ଭିସ୍ ୟୁନିଟ୍ ପକ୍ଷରୁ ସାଧାରଣ ବୈଠକ
ତାଳଚେର, ୧୨/୧୦ ତାଳଚେରର ପୂରାତନ ସାମାଜିକ ସାଂସ୍କୃତିକ ଅନୁଷ୍ଟାନ ପବ୍ଲିକସର୍ଭିସ୍ ୟୁନିଟ୍ ପକ୍ଷରୁ ସଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନ ସଭାପତି ଦେବୀ ମିଶ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥିଭାବେ ପୂର୍ବତନ ସାଂସଦ ମହେଶ ସାହୁ ଯୋଗଦେଇ ଅନୁଷ୍ଠାନର ଆଗ।।ମୀ ଚିନ୍ତାଧାରା ପାଇଁ ଉପାଦେୟ ପ୍ରସଙ୍ଗ ଉପରେ ଆଲୋଚନ କରିଥିଲେ । ଅନ୍ୟତମ ଅତିଥିଭାବେ ଉପଦେଷ୍ଟା ନଗରପାଳ ପବିତ୍ର ଭୂତିଆ, ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟାଳୟଟି ଜରାଜିର୍ଣ୍ଣ ଅବସ୍ଥାରେ ଥିବା ଲକ୍ଷ୍ୟକରି ଖୁବ୍ ଶିଘ୍ର ନୂତନ ଦୁଇମହଲା ଗୃହ ନିର୍ମାଣ ନିମନ୍ତେ ଆନୁସାଙ୍ଗିକ ବ୍ୟବସ୍ଥା ଶେଷ ହେବା କଥା ଉପସ୍ଥାପନ କରିଥିଲେ । ସେହିପରି କାର୍ଯ୍ୟାଳୟ ପାଖରେ ଥିବା ଯାତ୍ରୀ ବିଶ୍ରାମ ଗାରକୁ ଏକ ପାଠାଗାର କରାଯାଇ ଛାତ୍ରଛାତ୍ରୀ ଓ ଲୋକଙ୍କୁ ପଢ଼ିବାର ସୁଯୋଗ ମିଳିପାରିବ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁଙ୍କ ପ୍ରସ୍ତାବରେ ସହମ୍ମତି ପ୍ରକାଶ ପାଇଥିଲା । ସାଧାରଣ ସମ୍ପାଦକ ଜିତେନ୍ଦ୍ର ଦାସ ବିବରଣୀ ପାଠ ଓ ଆୟ ବ୍ୟୟର ହିସାବ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ତପନ ମହାରଣା, ବଳରାମ ବେହେରା, ସୌଭାଗ୍ୟ ମହାରଣା, ଟିକନ ମହାପାତ୍ର, ବିଶେଶ୍ୱର ମିଶ୍ର, ରମେଶ ବେହେରା, ଗଙ୍ଗାଧର ଭୂତିଆ, ଗିରିଜାଶଙ୍କର ମିଶ୍ର, ନିର୍ମଳ ତ୍ରିପାଠୀ, ସନ୍ତୋଷ ବେହେରା, ଡ଼-ରଶ୍ଚିରଞ୍ଜନ ମିଶ୍ର, ପଂଚାନନ ସାହୁ, ଭାଗିରଥି ମହାପାତ୍ର, ଶିତଳକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ଅନୁଷ୍ଠାନର ଉନ୍ନତି ନିମନ୍ତେ ମତାମତ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *