ପୂର୍ବତନ ବିଧାୟକ ସୁଧୀର ସାମଲ ଲକ୍ଷ୍ମୀପୂଜା ବୁଲି ମା’ଙ୍କ ଆଶିଷ ଲାଭକଲେ
ଢେଙ୍କାନାଳରେ ବିଶ୍ବ ପ୍ରସିଦ୍ଧ ଗଜଲକ୍ଷ୍ମୀପୂଜାରେ ଖଚାଖଚ ଭିଡ ଲାଗିରହିଥିବାବେଳେ ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ଲକ୍ଷ୍ମୀପୂଜାରେ ବିଭିନ୍ନ ପୂଜା ମଣ୍ଡପରେ ପହଁଚି ମା’ଙ୍କ ଆଶିଷ ଲାଭକରିଥିଲେ । ବିଭିନ୍ନ ପୂଜା ମଣ୍ଡପକୁ ଆର୍ଥିକ ସହଯୋଗ ପ୍ରଦାନ କରିବା ସହ ପୂଜା କମିଟି କର୍ମକର୍ତା ଓ ମୁରବୀମାନଙ୍କ ସହିତ ଚଳିତ ବର୍ଷର ପୂଜା ଆୟୋଜନ ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀ ସାମଲଙ୍କ ସହିତ ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲ, ଜିଲ୍ଲାପରିଷଦ ଅଧ୍ଯକ୍ଷା ଅର୍ଜନା ପୁହାଣ, ପୌରପରିଷଦର ଉପାଧ୍ଯକ୍ଷ ପ୍ରକାଶ କୁଅଁର, ଓକିଲ ସଂଘ ସଭାପତି ଗୋପାଳ ପାତ୍ର ଓ ବିଜେଡି କାଉନ୍ସିଲର ବୃନ୍ଦ ଉପସ୍ଥିତ ଥିଲେ । ଏହି ଅବସରରେ ଗୋପବନ୍ଧୁ ବଜାରଠାରେ ଚଳିତ ବର୍ଷ ୩୮ବର୍ଷରେ ପୂଜା ପଦାର୍ପଣ କରିଛି । ଏଠାରେ ଆକର୍ଷଣୀୟ ଆଲୋକ ସହିତ ତୋରଣ ନିର୍ମାଣ ହୋଇଛି । ଶ୍ରୀ ସାମଲ ଉକ୍ତ ପୂଜା ମଣ୍ଡପରେ ପହଁଚି ମା’ଙ୍କୁ ପୂଜାର୍ଚ୍ଚନା ସହିତ ଆଶିଷ ଲାଭ କରିଥିଲେ । ସଭାପତି ବିକାଶ ସାହୁ, ସଂପାଦକ ସରୋଜ କୁମାର ମଲ୍ଲିକ, ସହ-ସଂପାଦକ ସଂଗ୍ରାମ ମଲ୍ଲିକ, କୋଷାଧ୍ୟକ୍ଷ ଅନନ୍ତ ମଲ୍ଲିକ, ସଦସ୍ୟ ସାହିଲ୍ ମଲ୍ଲିକ, ଟିଂଚି ମଲ୍ଲିକ, ସହଦେବ ମଲ୍ଲିକ, ପିଲ୍ମ୍ ମଲ୍ଲିକ, ମୁନା ମଲ୍ଲିକ ଓ ପପୁ ମଲ୍ଲିକ ପ୍ରମୁଖ ଅତିଥିମାନଙ୍କୁ ସାଗତ କରିଥିଲେ ।
