*ବରଗଡ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଯାପିତ*
ଭଟଲି (ଅଭିମନ୍ୟୁ ପଧାନ ) :- ବରଗଡ ଜିଲ୍ଲା ଭଟଲି ବ୍ଲକ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଟଲି ପରିସରରେ ଜିଲ୍ଲାସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏଙ୍କ ତତ୍ତ୍ୱାବଧାନରେ ତଥା ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତ୍ରି ଦିବସୀୟ କାର୍ଯ୍ୟକ୍ରମର ବିଭିନ୍ନ ଦିବସରେ ଅତିଥି ଭାବରେ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ବିଡିଓ ପ୍ରମୋଦ ଚନ୍ଦ୍ର ମେହେର,ତହସିଲଦାର ରାମକୃଷ୍ଣ ମିଶ୍ର,ପୂର୍ବତନ ଡିପିଇଓ ସୁଦୀପ ନାୟକ,ସ୍ବେଚ୍ଛାସେବୀ ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସାଂସଦ ପ୍ରତିନିଧି ଲିପସିତ ମିଶ୍ର ଯୋଗ ଦେଇଥିଲେ।ବରଗଡ ଜିଲ୍ଲା ବିଦ୍ୟାଳୟ ସମୂହର କ୍ରୀଡ଼ା ସଂଗଠନ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିପିଇଓ ଜ୍ୟୋତିଷ ଚନ୍ଦ୍ର ପଧାନ,ଏବିଇଓ ରୀତାରାଣୀ ତ୍ରିପାଠୀ, କାର୍ଯ୍ୟକାରୀ ସଂପାଦକ ସତିହାରୀ ବାଳିକା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡନସନା,ଭଟଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବୋଧ କୁମାର ସାହୁ,କେଶାଇପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ଆତ୍ମାରାମ ଭୋଇ,ତରାକନା ହାଇସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ସାହୁ,ବଡ଼ମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଞ୍ଜୟ ଖମାରୀ, ନୂଆଗଡ ହାଇସ୍କୁଲର ପ୍ରଧାନଶିକ୍ଷକ ପରଦେଶୀ ବୁଧିଆ,କନକବିରା ହାଇସ୍କୁଲର ପ୍ରଧାନଶିକ୍ଷକ କୃଷ୍ଣ କେଦାର ସାହୁ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଖୋ ଖୋ ପ୍ରତିଯୋଗିତାରେ ଛାତ୍ରୀଙ୍କ ମଧ୍ୟରୁ ୧୪ ବର୍ଷରୁ ନିମ୍ନ ବର୍ଗରେ ଗାଇସିଲେଟ ବ୍ଲକର ଛାତ୍ରୀ ପ୍ରଥମ ଓ ଝାରବନ୍ଧ ବ୍ଲକର ଛାତ୍ରୀ ଦ୍ୱିତୀୟ ଏବଂ ୧୭ ବର୍ଷରୁ ନିମ୍ନ ବର୍ଗରେ ଗାଇସିଲେଟ ବ୍ଲକର ଛାତ୍ରୀ ପ୍ରଥମ ଓ ରାଜବୋରାସମ୍ବର ବ୍ଲକର ଛାତ୍ରୀ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ଛାତ୍ରମାନଙ୍କ ମଧ୍ୟରୁ ୧୭ ବର୍ଷରୁ ନିମ୍ନ ବର୍ଗରେ ଅତାବିରା ବ୍ଲକ ପ୍ରଥମ ଓ ରାଜବୋରାସମ୍ବର ବ୍ଲକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୪ବର୍ଷ ରୁ ନିମ୍ନ ବର୍ଗରେ ବରଗଡ଼ ବ୍ଲକ ପ୍ରଥମ ଓ ଝାରବନ୍ଧ ବ୍ଲକର ଛାତ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।ଅତିଥିବୃନ୍ଦ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।ସତିହାରୀ ବାଳିକା ହାଇସ୍କୁଲର ଛାତ୍ରୀ ନୃତ୍ୟ ମାଧ୍ୟମରେ ସମସ୍ତଙ୍କୁ ସ୍ଵାଗତ କରିଥିଲେ।ଶିକ୍ଷୟିତ୍ରୀ ସେବା ବିନିମୟ ମୁକ୍ତା ବାରିକ,ଆନନ୍ଦ ସାହୁ ଏବଂ ମୁନସୀ ପାତ୍ର ସଭାକାର୍ଯ୍ୟ ସଂଯୋଜନା କରିଥିଲେ।ସତିହାରୀ ବାଳିକା ହାଇସ୍କୁଲ, ଭଟଲି ହାଇସ୍କୁଲ ,ଓଏଭି ସ୍କୁଲ୍ ଏବଂ ବଡ଼ମାଳ ହାଇସ୍କୁଲର ଜୁନିଅର୍ ରେଡକ୍ରସ ଓ ସ୍କାଉଟର ସଦସ୍ୟ ଉପସ୍ଥିତ ରହି ପାନୀୟ ଜଳ ଏବଂ ଖାଦ୍ୟ ବଣ୍ଟନରେ ସହଯୋଗ କରିଥିଲେ।ଜିଲ୍ଲାର ସମସ୍ତ ବ୍ଲକରୁ ପ୍ରତିନିଧିତ୍ଵ କରୁଥିବା କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଓ ବ୍ଲକର ସି ଆର ସି ସିଙ୍କ ସମେତ ସ୍ଥାନୀୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଅତି ଶୃଙ୍ଖଳାର ସହ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ଦିବସର ସନ୍ଧ୍ୟାରେ ଶିକ୍ଷକ ଅଗସ୍ତି ପ୍ରଧାନଙ୍କ ସଂଯୋଜନା କ୍ରମେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
