ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆୟୋଜିତ।
କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଡ଼ବିଲ ଡାକ ବଙ୍ଗଳା ଛକ ନିକଟରୁ ହଜାର ହଜାର ସଂଖ୍ୟାରେ କର୍ମୀଙ୍କୁ ନେଇ ଏକ ବିଶାଳ ପଦଯାତ୍ରାରେ ବାହାରି ବଡ଼ବିଲ ବିକାଶମହଲ୍ ଠାରେ ପହଞ୍ଚିଥିଲେ ଓ ସେଠାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟ କ୍ରମକୁ ବଡ଼ବିଲ ବିଜୁ ଜନତା ଦଳର ନଗର ସଭାପତି ପ୍ରଭୁଦତ୍ତ ପ୍ରଧାନ ଙ୍କ ନେତୃତ୍ୱରେ କରାଯାଇଥିବା ବେଳେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଆଶିଷ ଚକର୍ବର୍ତୀ ଏଥିରେ ଯୋଗ ଦେଇଥିଲେ ଓ ବଡ଼ବିଲ ଯୋଡ଼ା ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ମଧ୍ୟ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ
