ବିରୋଧୀଙ୍କ ହଟ୍ଟଗୋଳରେ ବାଧାପ୍ରାପ୍ତ ମୌସୁମୀ ଅଧିବେଶନ, ୯ ଦିନରୁ ମାତ୍ର ୫ ଦିନ ଚାଲିଲା ଗୃହ
ଭୁବନେଶ୍ୱର : ଅନିର୍ଦ୍ଧିଷ୍ଟ କାଳ ପାଇଁ ମୂଲତବୀ ସହ ଶେଷ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା ଗୃହକାର୍ଯ୍ୟ।
ନିର୍ଦ୍ଧାରିତ ୯ଟି କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ୫ ଦିନ ଗୃହ ସ୍ୱାଭାବିକ ଭାବେ ଚାଲିପାରିଥିବା ଜଣାପଡ଼ିଛି। ବିଭିନ୍ନ ଦାବି ଓ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ଅନେକ ସମୟରେ ଗୃହକାର୍ଯ୍ୟ ମୁଲତବୀ ରହିଥିଲା।
ଏହି ଅଧିବେଶନ କାଳରେ ବିଧାନସଭାରେ ୬ଟି ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିସହ ଗୃହରେ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (CAG)ଙ୍କ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯାଇଛି।
ଶେଷରେ ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯିବା ସହ ଚଳିତ ମୌସୁମୀ ଅଧିବେଶନର ଅବସାନ ଘଟିଛି।
