Spread the love

ଭଟଲିରେ ବଢ଼ୁଛି ବେପରୁଆ ଗାଡ଼ି ଚାଳନା

ସ୍ପିଡ୍ ବ୍ରେକର୍ ନିର୍ମାଣ ପାଇଁ ସାମ୍ବାଦିକ ସଂଘର ଦାବି

ଭଟଲି : – ଭଟଲିରେ ଦିନକୁ ଦିନ ଯାନବାହାନ ଯାତାୟାତ ସଂଖ୍ୟା ବୃଦ୍ଧି ପାଇଛି। ସେଥିମଧ୍ୟରୁ କିଛି ବାଇକ ତଥା ଚାରିଚକିଆ ଯାନ ଦ୍ରୁତଗତି ସହିତ ଉଚ୍ଚ ଶବ୍ଦଯୁକ୍ତ ସାଁଇଲେନ୍ସର ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ରାସ୍ତା କଡ଼ରେ ଅଟୋ, ବସ୍, ବିଭିନ୍ନ ଯାନବାହନ ବହୁ ସମୟ ଧରି ଛିଡା କରି ରଖିବା ଏବଂ ଦ୍ରୁତ ଗାଡିଚାଳନା ଯୋଗୁଁ ବିଭିନ୍ନ ସମୟରେ ଆକସ୍ମିକ ଦୁର୍ଘଟଣାମାନ ଘଟି ଧନଜୀବନ ହାନି ହେଉଥିବା ମଧ୍ୟ ପରିଲକ୍ଷିତ ହେଉଛି। ଗତ କିଛି ମାସ ଭିତରେ ପାଖାପାଖି ୫ ଗାଡ଼ି ଜଣଙ୍କ ଦ୍ରୁତ ତଥା ବେପରୁଆ ଚାଳନା ପାଇଁ ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥିବା ସୂଚ ଥିବା ସୂଚନା ମିଳିଛି। ଏହା ସହିତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ପାଠ ପଢି ଯିବା ସମୟରେ ରେ ଦ୍ରୁତ ଗାଡିଚାଳନା ଯୋଗୁଁ ରାସ୍ତା ପାର ହେବା ପାଇଁ ଭୟ କରୁଛନ୍ତି। ଏନେଇ ଭଟଲି ସାମ୍ବାଦିକ ସଂଘ ସ୍ଥାନୀୟ ପଞ୍ଚାୟତ ସମିତି ପରିସରରେ ଚାଲିଥିବା ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଆଦିତ୍ଯ ଗୋୟଲଙ୍କୁ ଙ୍କୁ ଭେଟି ବେପରୁଆ ଗାଡ଼ି ଚାଳନାରେ ରୋକ ଲଗାଇବା ଓ ବସ୍‌ଷ୍ଟାଣ୍ଡ, ବିଜୟାଛକ, ତହସିଲ ଅଫିସ୍, ଭଟଲି ହାଇସ୍କୁଲ ଅଫିସ୍‌ ନିକଟରେ ସ୍ପିଡ୍ ବ୍ରେକର୍ ନିର୍ମାଣ କରିବାକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ସ୍ପିଡ୍ ବ୍ରେକର ନିର୍ମାଣ କରାନଗଲେ ଆଗକୁ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଏହାସହ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହୃତ ବାଇକଗୁଡିକୁ ଜବତ କରିବା ସହ ସେମାନଙ୍କ ବିରୋଧରେ ରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରାଯାଇଛି। ଛାତ୍ରଛାତ୍ରୀମାନେ ସ୍କୁଳ ଯିବା ଓ ଫେରିବା ସମୟରେ ଜନଗହଳିପୂର୍ଣ୍ଣ ଟ୍ରାଫିକ ସୁରକ୍ଷା ବ୍ୟବସ୍ଥା କରିବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି | ପ୍ରଶାସନ ଏହି ସମସ୍ୟା ପ୍ରତି ଯଥାଶିଘ୍ର ଦୃଷ୍ଟି ଦେବାକୁ ସାମ୍ବାଦିକ ସଂଘ ତରଫରୁ ଦାବିପତ୍ରରେ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *