ମା’ କାଳୀପୂଜା ଉପଲକ୍ଷେ ଭବ୍ୟ ଯୁଗାର ଯାତ୍ରା
ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଅନ୍ତର୍ଗତ ସୁକୁଡ଼ା ଗ୍ରାମରେ ୩୫ତମ ସାର୍ବଜନୀନ ମା’ କାଳୀପୂଜା ପାଇଁ ରବିବାର ଦିନ 12ଟା ରେ ଭବ୍ୟ ଯୁଗାର ଯାତ୍ରା ଗାଁର ଶେଷ ମୁଣ୍ଡରୁ ଆରମ୍ଭ ହୋଇ ଦିନ 3ଟା ରେ କାଳୀପୂଜା ମଣ୍ଡପ ରେ ପହଞ୍ଚିଥିଲା । ଏଥିରେ ଆଖ ପାଖ ଅଚଞ୍ଚଳର 12ଟି ଗ୍ରାମ ରୁ ଘଣ୍ଟ ଶଙ୍ଖ, ହୁଳହୁଳି, ହରିବୋଲ, ସଂକୀର୍ତନ୍ୟ, ଡି ଜେ ବାଜା, ଘଣ୍ଟ ବାଦ୍ୟ, ଇତ୍ୟାଦି ସହିତ ହଜାର ହଜାର ଲୋକଙ୍କ ସହିତ 12ରୁ ଅଧିକ ଯୁଗାର ପୂଜାମଣ୍ଡପକୁ ପହଞ୍ଚିଥିଲା l ପୂଜାମଣ୍ଡପ ଶମ୍ଭୁଖ ରେ ପଣ୍ଡିତ ରାଜେଶ କୁମାର ମିଶ୍ର ଓ ପଞ୍ଚମ ପୁରୋହିତ ମନ୍ତ୍ର ପାଠ ସହିତ କର୍ତ୍ତା ବାବୁଲାଲ ଡନସନା ଓ ତାଙ୍କ ପତ୍ନୀ ରାଏବତୀ ଡନସନା ସମସ୍ତ ଯୁଗାର ରେ ଗଙ୍ଗାଜଳ ସିଞ୍ଚନ କରି ଫୁଲ ଚନ୍ଦନ ସହିତ ସମସ୍ତ ଙ୍କୁ ସ୍ୱାଗତ କରିଥିଲେ l ଏହାପରେ ସମସ୍ତ ଙ୍କୁ ଅର୍ଣ୍ଣ ପ୍ରସାଦ ଦିଆଯାଇଥିବାରୁ ସମସ୍ତେ ମହାଆନନ୍ଦ ର ସହିତ ଅର୍ଣ୍ଣ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଡ଼. ଅରୂପାନନ୍ଦ ସାହୁ, ବିରୁପାକ୍ଷ ପଧାନ, ପ୍ରହଲ୍ଲାଦ ପଧନ, ମାଧବ ଚରଣ ସାହୁ ଅତିଥି ଭାବରେ ଯୋଗଦେଇ ଯୁଗାର ଯାତ୍ରା ସହିତ ଶୋଭାଯାତ୍ରା ରେ ଆସି ମାଙ୍କ ଆଶୀର୍ବାଦ ଭିକ୍ଷା କରି ସଂସାର ର ମଙ୍ଗଳ କାମନା କରିଥିଲେ l

