Spread the love

ମା ବରୁଣେଇଙ୍କ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ

ଯାଜପୁର,13/10(ଜାଗ୍ରତ ଭାରତ ନ୍ୟୁଜ,): ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ଟିଣା ପଞ୍ଚାୟତର ଶିଅଳପଡା ଠାରେ ଥିବା ପ୍ରସିଦ୍ଧ ମା ବରୁଣେଇଙ୍କ ଜନ୍ମ ଉତ୍ସବ ମହାସମାରୋହରେ ଆଜି ପାଳନ ହୋଇଯାଇଛି।ମା ଙ୍କୁ ଦର୍ଶନ କରିବା ପାଇଁ ଟିଣା, ଫତେପୁର ଓ ବାଛୋଳ ଗ୍ରାମ ସମେତ ବାହାରୁ ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆସିଥିଲେ। ଆଧ୍ୟାତ୍ମିକ ପରିବେଶରେ ସମଗ୍ର ଅଞ୍ଚଳ ପରିପୁଷ୍ଟ ହୋଇଥିଲା। ମାଙ୍କୁ ଦର୍ଶନ କରିବା ପାଇଁ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ସମାଜସେବୀ ପଦ୍ମାକର ଗୁରୁ, ପ୍ରଶାନ୍ତ ନାଏକ ପ୍ରମୁଖ ଆସି ମାଙ୍କୁ ଦର୍ଶନ କରିଥିଲେ । ଭକ୍ତମାନଙ୍କ ପାଇଁ ଅନ୍ନ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି।ଏ ସମସ୍ତ କାର୍ଯ୍ୟକ୍ରମ କୁ ଅର୍ଜ୍ଜନ ଚରଣ ଦାସ,ବିଶ୍ଵାମ୍ବର ଦାସ ,ଧିରେନ ଚନ୍ଦ୍ର ସାହୁ, ଚନ୍ଦ୍ରମଣି ବାରିକ,ସୁଦାମ ଚନ୍ଦ୍ର ଦାସ, ଶିକ୍ଷାବିତ ସରୋଜ କୁମାର ମଲ୍ଲୀକ, ସୁବାସ ଚନ୍ଦ୍ର ସାହୁ, ଧିରେନ୍ଦ୍ର ଚନ୍ଦ୍ର ସାହୁ, ବସନ୍ତ କୁମାର ସେଠୀ,ଅଞନ ବେହେରା,ସମ୍ବୁନାଥ ସାହୁ, ଗୈରାଙ୍ଗ ଦାସ, ଯଦୁମଣି ନାୟକଙ୍କ ସମେତ ବରୁଣେଇ ଉନ୍ନୟନ ପରିଷଦର ଅନ୍ୟ ସଦସ୍ୟମାନଙ୍କ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *