Spread the love

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ଦାବି

ଢେଙ୍କାନାଳ : ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ଦାବିରେ ପୋଖରୀ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୨୪ ରେ ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥୀ ସାଗର, କୁଞ୍ଜକାନ୍ତ ପୋଖରୀ, ହୀରାସାଗର ପୋଖରୀ ସମେତ ପୌରାଞ୍ଚଳର ୧୬ ଟି ପୋଖରୀର ପଙ୍କ, ମାଟି ନିଷ୍କାସନ କରିବା କାର୍ଯ୍ୟ ଚାଲିଥିଲା । ମାତ୍ର ଠିକାଦାର ମାନେ ସଠିକ ଭାବେ ଉକ୍ତ ପଙ୍କ ମାଟି ନ ଉଠାଇବାରୁ ଜନ ଅସନ୍ତୋଷ ଉପୁଜିଥିଲା । ପରିସ୍ଥିତି ଏପରି ହେଲା ଯେ ପୋଖରୀ ସୁରକ୍ଷା ସମିତି ପକ୍ଷରୁ ତା ୧୨-୭-୨୦୨୪ ରେ ଢେଙ୍କାନାଳ ସହର ବନ୍ଦ ଡାକରା ପ୍ରସ୍ତାବ ଦିଆଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମହୋଦୟ ତା୧୦-୦୭-୨୦୨୪ ରେ ଉକ୍ତ ବନ୍ଦ ଡାକରାକୁ ସ୍ଥଗିତ କରିବାପାଇଁ ପୋଖରୀ ସୁରକ୍ଷା ସମିତି ନେତୃମଣ୍ଡଳୀ ସହିତ ଆଲୋଚନା କରିଥିଲେ । ଜିଲ୍ଲା ପ୍ରଶାସନର ଅଲୋଚନାକୁ ସମ୍ମାନ ଜଣାଇ ବନ୍ଦ ଡାକରା ସ୍ଥଗିତ କରାଯାଇଥିଲା ଏବଂ ଆସନ୍ତା ୧୫ ଦିନ ଭିତରେ ଭାଗୀରଥୀ ସାଗରର ପଙ୍କ, ମାଟି ସମ୍ପୂର୍ଣ୍ଣ ଉଠାଇବା ପାଇଁ ପୌରଯନ୍ତ୍ରୀ ଏବଂ ପୌରନିର୍ବାହୀ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ଲିଖିତ ଆକାରରେ ଦେଇଥିଲେ ଯେ ଫେବୃଆରୀ ୨୦୨୫ ପ୍ରଥମରୁ ସମସ୍ତ କାର୍ଯ

Leave a Reply

Your email address will not be published. Required fields are marked *