Spread the love

ରାସ୍ତା ନିର୍ମାଣ କାର୍ଯ୍ୟ ଓ ମରାମତି ଦାବିରେ ଅର୍ଥ ନୈତିକ ଅବରୋଧ ଆନ୍ଦୋଳନ

ତାଳଚେର ୪/୧୦ ତାଳଚେର ରେ ଜାତୀୟ ରାଜପଥ ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ର କଛପ ଗତି , ଗୋଡ଼ିନନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାକୁ କଂପାନୀ ପକ୍ଷରୁ ତୁରନ୍ତ ନିର୍ମାଣ କରାଯିବା,ନତୁବା ଜାତୀୟ ରାଜପଥ କୁ ହସ୍ତାନ୍ତର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଦାବି ନେଇ ପୂର୍ବତନ ସାଂସଦ ମହେଶ ସାହୁ ଙ୍କ ଆହ୍ବାନ କ୍ରମେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ତାଳଚେର କଣିହାଁ ବ୍ଲକ ଅନ୍ତର୍ଗତ ନୁଆ ବଲଣ୍ଡା ଠାରେ ଓ ତାଳଚେର ସହର ନିକଟସ୍ଥ କୋଲ କରିଡ଼ର ରାସ୍ତା ପାର୍ଶ୍ବରେ ଯାଇଥିବା ଏନଟିପିସି ରେଳ ଧାରଣା ରେ ବସି ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରିଥିଲେ। ଉଭୟ ସ୍ଥାନରେ ଶ୍ରୀ ସାହୁ ସାମିଲ ରହି ତୁରନ୍ତ ଲୋକଙ୍କ ଯାତାୟାତ ପାଇଁ ସମସ୍ୟା ସୃଷ୍ଟି କରୁଥିବା ଖାଲ ଖମଣ ରାସ୍ତାକୁ ମରାମତି କରିବା ସହିତ ଅବିଳମ୍ବେ ଜାତୀୟ ରାଜପଥ ର ପ୍ରସ୍ତାବିତ ଗୋଡ଼ିବଂନ୍ଧ-ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବୀ କରି ଏହି ପ୍ରସଙ୍ଗରେ ଆଜି ଆନ୍ଦୋଳନ କରିଥିଲେ। ଏବଂ ଏନଟିପିସି କୁ ଯାଇଥିବା ରାସ୍ତାଟି ମରଣ ଜନ୍ତା ପାଲଟି ଥିବାରୁ ଏନଟିପିସି କର୍ତ୍ତୃପକ୍ଷ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ରାସ୍ତା ନିର୍ମାଣ କରି ଲୋକଙ୍କ ପାଇଁ ଯାତାୟାତ ର ସୁବିଧା କରୁ ନଚେତ୍ ଯଦି ଏହା କରିବା ପାଇଁ ଅସମର୍ଥ ପ୍ରକାଶ କରେ ତେବେ ତୁରନ୍ତ ଏହି ରାସ୍ତାକୁ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରୁ ବୋଲି ଶ୍ରୀ ସାହୁ ଦୃଢ ଦାବୀ କରି ସକାଳ ୮.୩୦ମିନିଟ ରୁ ସକାଳ ୧୦.୩୦ ମିନିଟ ପର୍ଯ୍ୟନ୍ତ ଦୀର୍ଘ ଦୁଇ ଘଣ୍ଟା ଆନ୍ଦୋଳନ କରିଥିଲେ। ଫଳରେ ଏନଟିପିସି ଜେ ଆଇ ଟି ପି ଏଲ କୁ କୋଇଲା ଚାଲାଣ ବନ୍ଦ ହୋଇଯାଇଥିଲା। ଅପରପକ୍ଷେ ତାଳଚେର ରେ ଅବସ୍ଥାପିତ କୋଇଲା ଖଣି କର୍ତ୍ତୃପକ୍ଷ, ଏନଟିପିସି, ଜେ ଆଇ ଟି ପି ଏଲ ଭଳି ବଡ଼ ବଡ଼ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକ ଥିବା ବେଳେ ସେମାନେ ମଧ୍ୟ ଏହି ରାସ୍ତା କୁ ବ୍ୟବହାର କରିବା ଶ୍ଵତେ ଇଥିପ୍ରତି ନିଦା ବିଷ୍ଣୁ ସାଜିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ବୋଲି ଶ୍ରୀ ସାହୁ କ୍ଷଭ ପ୍ରକାଶ କରିଥିଲେ। ତେବେ ଏହି ଆନ୍ଦୋଳନ ଧାରାଭାଇକ ଭାବେ ଅର୍ଣିଦିଷ୍ଠ କାଳପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି।। ଏହି ଆନ୍ଦୋଳନ ରେ ବିଜେଡ଼ି ନେତା ଜ୍ୟୋତି ରଞ୍ଜନ ଦାସ, କାଉନସିଲର ଯଶୋବନ୍ତ ମିଶ୍ର, ବାବୁନା ସ୍ୱାଇଁ, ରାଜୀବ ରାଉତ, କୁଶ ବିହାରି ସାମଲ, ସୁଲେଖ ସେଠି, ଲିପୁ ରଥ କାଲିଆ ସାମଲ, ହର୍ଷ ବର୍ଦ୍ଧନ ସାମଲ, ତପନ କୁମାର ମହାରଣା ପ୍ରମୁଖ ସାମିଲ ହୋଇ ବିକ୍ଷଭ ପ୍ରଦର୍ଶନ କରିଥିଲେ। ସେହିପରି ନୁଆ ବଲଣ୍ଡା ଠାରେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ ମଞ୍ଚ ର ସଦସ୍ୟ ମାନେ ଏନଟିପିସି ରେଳ ଧାରଣା ଓ ରାଜପଥ ରେ ଧାରଣା ଦେଇ ଆନ୍ଦୋଳନ କରିଥିଲେ।।

Leave a Reply

Your email address will not be published. Required fields are marked *