Spread the love

କଟକ: କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଡାଇରିଆ ଆତଙ୍କ । ପିଜି ଛାତ୍ରାବାସରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୫୦ ଛାତ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଛାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏସସିବି ଟିମ ନଜର ରଖିଛନ୍ତି ।

ତେବେ ଡାଇରିଆର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ, ହଷ୍ଟେଲ ଖାଦ୍ୟ ଖାଇବା ପରେ ଛାତ୍ରମାନେ ଝାଡ଼ାବାନ୍ତିର ଶିକାର ହୋଇଥିବା କୁହାଯାଉଛି ।

ଛାତ୍ରମାନଙ୍କ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା କହିବା ସହିତ କାହିଁକି ସେମାନେ ଅସୁସ୍ଥ ହେ‌ଲେ ତାହାର ଯାଞ୍ଚ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ଏହି ଘଟଣା ପରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ ମେଡ଼ିକାଲ ପରିସରରେ ପହଞ୍ଚି ଅସୁସ୍ଥ ଛାତ୍ର ମାନଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ଉନ୍ନତ ସେବା ପାଇଁ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *