Spread the love

::ଲୋକଙ୍କୁ ଅଯଥାରେ ହଟହଟ୍ଟା କରୁଛି ପ୍ରଶାସନ! ସେଟଲାଇଟ ରେ ଗୁଟିଏ କଥା ବାସ୍ତବ ରେ ଓଲଟା::

ବରଗଡ:୨/୧୧(ପବିତ୍ର ମେହେର) ସରକାର କିଏ ଲୋକଙ୍କୁ ଅଜଣା। ଲୋକଙ୍କ ସରକାର ସମୟରେ ଲୋକଙ୍କୁ ହଟହଟ୍ଟା କରୁଛି ଜିଲ୍ଲା ପ୍ରଶାସନ ।ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀରେ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆଦିତ୍ୟ ଗୋୟଳ ଅଧିକାରୀଙ୍କୁ ଆଦେଶ ଦିଅନ୍ତି ସତ ହେଲେ ଅଧିକାରୀଙ୍କ ମନମୁଖୀ ନାଁ ଜିଲ୍ଲାପାଳ ଆଦେଶକୁ ବେଖାତିର କରୁଛନ୍ତି ଅଧିକାରୀ ବିପଦରେ ଜନସାଧାରଣ। ହଁ ଆଜ୍ଞା ଆମେ କହୁଛୁ ଓଡିଶା ର ଭାତହାଣ୍ଡି ବରଗଡ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଟୋପ ଗ୍ରାମ ପଂଚାୟତ କଥା।ପଂଚାୟତ ଅଧିନରେ ଭେଦ କରି ଯାଇଥିବା ଆରଡ଼ି,ରାସ୍ତା ଏବେ କିନ୍ତୁ ସେ ରାସ୍ତା ମଝିରେ ଥିବା ବନହର ଗାଁ ପ୍ଲଟ ନମ୍ବର-୬୪୧ ସମ୍ୱନ୍ଧରେ ଜିଲ୍ଲାପାଳଠୁ ଆରମ୍ଭ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଭିଯୋଗ ହୋଇଥିଲେ ସୁଦ୍ଧା ନାଁ ମିଳୁଛି ହିତାଧିକାରୀଙ୍କୁ ଉଚିତ ନ୍ୟାୟ ନାଁ ସନ୍ତୋଷମୂଳକ ଆଶ୍ୱାସନା । ଯଥୋଚିତ ସମୟରେ ଉପଯୁକ୍ତ ପଦକ୍ଷେପ କାହିଁକି ନେଉନାହାନ୍ତି ଜିଲ୍ଲାପାଳ ଆଦିତ୍ୟ ଗୋୟଲ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ କାହା ପାଇଁ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ତାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।କାଗଜ, କଲମ ରେ ଚାପି ଦିଆଯାଉଛି ହିତାଧିକାରୀଙ୍କ ଅଭିଯୋଗ। ମିଳୁନି ଜନ ସାଧାରଣଙ୍କୁ ଉଚିତ ନ୍ୟାୟ।ତେବେ କେବେ ମିଳିବ ଉଚିତ ନ୍ୟାୟ,ନ୍ୟାୟ ଅପେକ୍ଷାରେ ଜନସାଧାରଣ l

Leave a Reply

Your email address will not be published. Required fields are marked *