Spread the love

ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା କାର୍ଯ୍ୟସମିତି ବୈଠକ
ତାଳଚେର, ୧୦/୦୨ ପୁରୀ ଗୋବର୍ଦ୍ଧନ ପିଠାଧୀସ ଜଗତଗୁରୁ ଶଙ୍କରାଚାର୍ଯ୍ୟ କିଛିମାସ ପୂର୍ବରୁ ତାଳଚେର ରେ ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ଉଦଘାଟନ କରିଥିଲେ ।ଏହାକୁ ପୂର୍ଣ୍ଣାଙ୍ଗ କାର୍ଯ୍ୟକ୍ଷମ କରିବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଶ୍ରୀ ଶଙ୍କରାଚାର୍ଯ୍ୟ ଗୋଶାଳା ର ମୁଖ୍ୟ ଡ଼ା ସଂଜୀବ ରାଉତ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରଥମ କାର୍ଯ୍ୟ ସମିତି ବୈଠକ ରେ ମୁଖ୍ୟ ଅତିଥି ଭାବେ ବିଜେପି ମିଡ଼ିଆ ସେଲ ଜୋନାଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ଉକ୍ତ ଗୋଶାଳା ର ସମସ୍ତ ସଦସ୍ୟ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ ଗୋଶାଳା ସମ୍ପୂର୍ଣ କାର୍ଯ୍ୟକ୍ଷମ ଉପରେ ପ୍ରସ୍ତାବ ରଖିଥିଲେ । ବର୍ତମାନ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ଗୋଶାଳା ପାଇଁ ବିଭିନ୍ନ ପ୍ରତ୍ସାହନ ଦେଉଥିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଡ଼ା ସଂଜୀବ ରାଉତ ଗାଇ ର ଖତ ଓ ଗୋ ମୂତ୍ର ରୁ ବିଭିନ୍ନ ମୂଲ୍ୟବାନ ଦ୍ରବ୍ୟ କିଭଳି ଭାବେ ପ୍ରସ୍ତୁତ ହୋଇ ଲୋକଙ୍କ ସେବାରେ ଲାଗିବ ସେ ବିଷୟରେ ଆଲୋଚନା କରିଥିଲେ । ପ୍ରଥମ କାର୍ଯ୍ୟ ସମିତି ବୈଠକ ରେ ୫୧ ଜଣ ବିଶେଷ ଭାବେ ମହିଳା ସଦସ୍ୟତା ଗ୍ରହଣ କରିଥିଲେ ।ଗୋଶାଳା କୁ କାର୍ଯ୍ୟକ୍ଷମ କରି ଗୋ ସେବା ସହ ସେଠାରେ ଜନ୍ମଦିନ ପାଳନ ବିଭିନ୍ନ ମୋହତ୍ସବ, ହୋମ ଯଜ୍ଞ ଆଦି ପ୍ରତ୍ୟହ କରାଇବା ଉପରେ ବୈଠକ ରେ ମତ ପ୍ରକାଶ ପାଇଥିଲା ।ଉକ୍ତ ବୈଠକ ରେ ମାରୱାଡି ସମିତି ର ପୂର୍ବତନ ସଭାନେତ୍ରୀ ଆଶା ଅଗ୍ରୱାଲ, ନିଶା ଅଗ୍ରୱାଲ, ଶ୍ୟାମା ଅଗ୍ରୱାଲ, ଆଦିତ୍ୟ ବାହିନୀ ର ଆଇନଜୀବୀ ଶମ୍ଭୁନାଥ ବେହେରା, ଜଗଦୀଶ ସିଂହ, ଅଜୟ ସାହୁ, ଜଗଦୀଶ ମିଶ୍ର, ସୁନୀଲ ପଟ୍ଟନାୟକ, ଦିପେନ୍ଦ୍ର ସିଂହ, ବିଶ୍ୱନାଥ ପ୍ରଧାନ, ସଂଜୀବ ନାହାକ ଙ୍କ ସମେତ ଶତାଧିକ ସଦସ୍ୟ ସଦସ୍ୟା ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *