Spread the love

ଶ୍ରୀଶ୍ରୀ ମହାରୂଦ୍ରେଶ୍ଵର ଓ ପାର୍ବତୀ ମନ୍ଦିରର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା

ଢେଙ୍କାନାଳ, ୧୪/୨ : ଢେଙ୍କାନାଳ ଆଙ୍କରାନ୍ତିପୁର ଗ୍ରାମର ଶ୍ରୀ ଶ୍ରୀ ମହାରୁଦ୍ରେଶ୍ଵର ଓ ପାର୍ବତୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଏକ କଳସ ଯାତ୍ରା ସ୍ଥାନୀୟ ବ୍ରାହ୍ମଣୀନନ୍ଦୀ ବାଳିସଂଗା ଗ୍ରାମ ନଦୀ ପୀଠରେ ପୂଜାର୍ଚ୍ଚନା କରାଯାଇ ଶତାଧିକ ମହିଳା ବାଦ୍ୟ ସଂକିର୍ତନ ଦ୍ବାରା ଗ୍ରାମ ପରିକ୍ରମା କରି ମନ୍ଦିର ପ୍ରାଙ୍ଗିଣକୁ ପହଚିଂଲା ପରେ ଯଜ୍ଞର ଅଖଣ୍ଡ ଦ୍ବୀପ ସ୍ଥାପନ କଳସପୂଜା, ମଣ୍ଡଳ ମଣ୍ଡଳପୂଜା, ଯଜ୍ଞରେ ଅଗ୍ନି ସ୍ଥାପନ କରାଯାଇଛି । ଏହା ୧୩ ତାରିଖ ଠାରୁ ଆରମ୍ଭ ହୋଇ ୧୭ ତାରିଖ ଦିନ ବିଘ୍ର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କରାଯିବ । ୧୩ ତାରିଖ ଗୁରୁବାର ଦିନ ଧ୍ଯାନ ଦିବସ ପାଳନ କରାଯାଇଥିଲା । ୧୪ ତାରିଖ ଦିନ କାକଟପୁର ମଙ୍ଗଳାଙ୍କ ଠାରୁ କପିଳାସ ଚନ୍ଦ୍ରଶେଖରଙ୍କ ଠାରୁ ଆଜ୍ଞାମାଳ ଆସିଥିଲା । ଏହି କାର୍ଯ୍ୟକ୍ରମ ଆଂଚଳିକ ସହଯୋଗ ତଥା ବହୁ ବିଶିଷ୍ଟ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗ ଯୋଗରେ ଅଙ୍କରାନ୍ତିପୁର ଗ୍ରାମରେ ସଦ୍ୟ ନିର୍ମତ ମହାରୁଦ୍ରେଶ୍ଵର ମନ୍ଦିର ପ୍ରତିଷ୍ଠା ଅର୍ଥେ ପ୍ରାୟ ଶତଧିକ ଶ୍ରଦ୍ଧାଳୁ ଏବଂ ବ୍ରତଧାରୀଙ୍କ ଗହଣରେ ବ୍ରାହ୍ମଣୀ ନଦୀ କୂଳର ଆରମ୍ଭ କରିଥିଲେ । କାକଟପୁରର ପଣ୍ଡିତମାନେ ପୂଜାର୍ଚ୍ଚନା ସୂଚାରୁ ରୂପେ ପାଳନ କରିଥିଲେ । ଏଥିରେ କମିଟିର କର୍ମକର୍ତା ଓ ଅଙ୍କରାନ୍ତିପୁର ଅଂଚଳବାସୀଙ୍କ ସହଯୋଗରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

Leave a Reply

Your email address will not be published. Required fields are marked *