Spread the love

ଭୂବନେଶ୍ୱର,୨୨/୧୨: ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖିବାକୁ ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ରାଜ୍ୟରେ ଥିବା ସରକାରୀ ମେଡିକାଲ୍‌ କଲେଜଗୁଡିକର ଏମବିବିଏସ୍‌ ସିଟ୍‌ ସଂଖ୍ୟା ଆଉ ୨୦୦ ବଢ଼ିବ । ଅର୍ଥାତ୍‌ ୨୦୨୫-୨୬ ଶିକ୍ଷାବର୍ଷରୁ ୨ ସରକାରୀ ମେଡିକାଲ କଲେଜ ତାଳଚେର ଓ ଫୁଲବାଣୀରେ ଶହେ ଲେଖାଏଁ ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇବେ ।

ଏହି ସିଟ୍‌ରୁ ୮୫% ଓଡ଼ିଶା ପିଲାଙ୍କ ପାଇଁ ଏବଂ ୧୫% ସିଟ୍‌ ସର୍ବଭାରତୀୟ କୋଟା ରହିବ । ୨୦୨୫-୨୬ ଶିକ୍ଷାବର୍ଷରୁ ତାଳଚେର ଓ ଫୁଲବାଣୀ ମେଡିକାଲ କଲେଜରେ ଶହେ ଲେଖାଏଁ ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇବେ । ପୂର୍ବରୁ ରାଜ୍ୟରେ ୧୨ଟି ସରକାରୀ ମେଡିକାଲ୍‌ କଲେଜରେ ମୋଟ ୧୬ଶହ ଏମବିବିଏସ୍‌ ସିଟ୍‌ ଥିବା ବେଳେ ଏହା ଏଣିକି ୧୮ଶହ ହେବ । ନିଟ୍‌ରେ ଯୋଗ୍ୟତା ହାସଲ କରିଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ଏଥିରେ ନାମ ଲେଖିବାକୁ ସୁଯୋଗ ମିଳିବ । ଉଲ୍ଲେଖଯୋଗ୍ୟ, ୧୨ଟି ସରକାରୀ ମେଡିକାଲ କଲେଜର ୧୬ ଶହ ସିଟ୍‌ ବାଦ୍‌ ଆଇଏମ୍‌ଏସ୍‌ ଓ ସମ୍‌ ହସ୍ପିଟାଲ୍‌ରେ ୨୫୦, ଫୁଲନଖରାସ୍ଥିତ ସମ୍‌ ଦ୍ୱିତୀୟ କ୍ୟାମ୍ପସରେ ୧୫୦, ହାଇଟେକର ଭୁବନେଶ୍ୱର ଓ ରାଉରକେଲାରେ ୧୫୦ ଲେଖାଏଁ ସିଟ୍‌ ରହିଛି । ଘରୋଇ ମେଡିକାଲ କଲେଜରେ ମୋଟ ହଜାରେ ଏମବିବିଏସ୍‌ ସିଟ୍‌ ଥିବା ବେଳେ ଭୁବନେଶ୍ୱର ଏମ୍ସରେ ୧୨୫ ଏମବିବିଏସ୍‌ ସିଟ୍‌ ରହିଛି । ଏବେ ରାଜ୍ୟରେ ମୋଟ ଏମବିବିଏସ୍‌ ସିଟ୍‌ ସଂଖ୍ୟା ୨୯୨୫ରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *