ସର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ, ୧୧/୧୦: ବରିଷ୍ଠ ନାଗରିକ ସେବା ସଂଘର ଜାଗୃତୀ ମହିଳା ମହାସଂଘ ଆନୁକୁଲ୍ୟରେ ଗୋବିନ୍ଦପୁର କାର୍ଯ୍ୟାଳୟ ତଥା ସର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କ ବାସଗୃହରେ ସର୍ଗତ ପରିଡାଙ୍କର ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସେବା ସଂଘର ସଭାପତି ଗୋପୀନାଥ ଜେନା ସର୍ଗତ ପ୍ରଫୁଲ୍ଲ ପରିଡାଙ୍କର ସ୍ମୃତି ଚାରଣ କରିବା ସହିତ ଜାଗୃତି ମହିଳା ମହାସଂଘର ସଭାନେତ୍ରୀ ଶ୍ରୀମତୀ ରୁକ୍ମିଣୀ ମଲ୍ଲିକ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ସଭ୍ୟସଭ୍ୟା ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସାତ୍ତ୍ବନା ଦେଇଥିଲେ। ଭୂତପୂର୍ବ ବିଧାୟକ ନବୀନ ନନ୍ଦ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ଶୋକ ସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଏବଂ ସାତ୍ତ୍ବନା ଦେଇଥିଲେ । ରାଜ୍ୟ ସହକାରୀ ଭାରତୀ ସଂସ୍ଥା ସଂପାଦକ କୃଷ୍ଣ ବଲ୍ଲଭ ସାହୁ ଏବଂ ସଂଘର ବାମଦେବ ପରିଡା, ଶିବ ପ୍ରସାଦ ରାଉତ, ରବିନାରାୟଣ ଦାସ, ବାଳକୃଷ୍ଣ ଦେହୁରୀ, ରବି ନାୟକ, ପ୍ରଭାକର ଗଡନାୟକ, ତ୍ରିନାଥ ସାହୁଙ୍କ ସମେତ ୨୫୦ରୁ ଉର୍ଦ୍ଧ ସଭ୍ୟ ଯୋଗଦେଇଥିଲେ । ସର୍ଗତ ପରିଡା ତା.୦୬.୦୩.୧୯୫୯ରିଖରେ ଜନ୍ମଗ୍ରହଣ କରିଥିବାବେଳେ ଗତ ୦୧.୧୦.୨୦୨୬ରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ପରିବାର ପକ୍ଷରୁ ପୁତ୍ର, ପୁତ୍ରବଧୂ, ଝିଅ-କ୍ୱାଇଁ, ନାତି ଓ ନାତୁଣୀମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

