Spread the love

ହିନ୍ଦୋଳରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା

ହିନ୍ଦୋଳ:10/12/2025ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ମିନି ଷ୍ଟାଡିଅମଠାରେ ଆଜି ତିନିଦିନିଆ କୃଷି ଯନ୍ତ୍ରପାତି ମେଳାର ଉଦ୍ଘାଟନୀ ଉତ୍ସବ ପାଳନ ହୋଇଯାଇଅଛି। ଆଜିର ଏହି ଉଦ୍ଘାଟନୀ ଉତ୍ସବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଶ୍ୱନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ, ଉକ୍ତ କାର୍ଯ୍ୟକ୍ରମରେ ସଂମ୍ମାନିତ ଅତିଥିଭାବେ ହିନ୍ଦୋଳ ତହସିଲଦାର ଦିଲ୍ଲୀପ କୁମାର ସେଠୀ, ଜିଲ୍ଲା କୃଷି ଅଧିକାରୀ ଜ୍ଞାନେନ୍ଦ୍ର କୁମାର ଦଳେଇ, ନିର୍ବାହୀ ଯନ୍ତ୍ରୀ ପ୍ରଦ୍ୟୁତ ପଟ୍ଟନାୟକ ଏବଂ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରୋଜାଲିନ ମହନ୍ତ ଯୋଗ ଦେଇଥିଲେ।

ଏବଂ ନିଜ ନିଜର ଅଭିଭାଷଣରେ ସବୁ ବର୍ଗର ଲୋକ ଆଧୁନିକ ଯନ୍ତ୍ର ପାତି ସାହାଯ୍ୟରେ କୃଷି କାର୍ଯ୍ୟ କରି କମ ଖର୍ଚ୍ଚରେ ଅଧିକ ଲାଭବାନ ହୋଇ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ମେଳାଟି ବୁଧବାର ଠାରୁ ଆରମ୍ଭହୋଇ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ, ଏହାଦ୍ୱାରା ଅଂଚଳର ଚାଷିବନ୍ଧୁମାନେ ଏହି ଉନ୍ନତ ଧରଣର କୃଷି ଯନ୍ତ୍ରପାତି ମେଳା ଦ୍ୱାରା ଜ୍ଞାନ କୌଶଳ ଗ୍ରହଣ କରି ଉନ୍ନତ ଧରଣର ଚାଷ କମ ସମୟ ଭିତରେ କରିପାରିବେବୋଲି, ଜିଲ୍ଲା କୃଷି ଅଧିକାରୀ ବକ୍ତବ୍ୟ ରଖିଥିଲେ।

ଆଜିର ଏହି ଉଦ୍ଘାଟନୀ ମେଳରେ ବ୍ଲକ କୃଷି ଅଧିକାରୀ ତୁଷାର କାନ୍ତ ସାହୁ, ଆତ୍ମା ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ, ଅତିରିକ୍ତ କୃଷି ଅଧିକାରୀ ରାମେଶ୍ୱର ଜେନା, ସଦର ବ୍ଲକ କୃଷି ଅଧିକାରୀ ଗାୟତ୍ରୀ ସାହୁ, ସୂର୍ଯ୍ୟମଣି ପ୍ରଧାନ, ସମୀର ପଟ୍ଟନାୟକ, ଦେବରାଜ ଖୁଣ୍ଟିଆ, ପ୍ରଶାନ୍ତ ବେହେରା, ପ୍ରମିଳା ବେହେରା ପ୍ରମୁଖ ସହାୟତା କରିଥିବାବେଳେ, ବିଭିନ୍ନ ଯନ୍ତ୍ର ପାତି ପ୍ରଦର୍ଶନୀ ପାଇଁ ସରକାରୀ 14ଟି ଓ ବେସରକାରୀ ଭାବେ 24ଟି କୃଷି ଯନ୍ତ୍ର ପାତିର ଷ୍ଟଲ ନିର୍ମାଣ କରାଯାଇଛି ଏବଂ ଆଜିର ଏହି ମେଳାରେ ବହୁ କୃଷକ କୃଷି ଯନ୍ତ୍ର ପାତି ବିଷୟରେ ଜାଣିବାପାଇଁ ବିଭିନ୍ନ ଷ୍ଟଲ ରେ ଭିଡ଼ ଜମେଇଥିବାର ଦେଖିବାକୁ ମିଳିଛି।

ହିନ୍ଦୋଳରୁ ସୁବ୍ରତ ମହାପାତ୍ର ଜାଗ୍ରତ ଭାରତ ନ୍ୟୁଜ

Leave a Reply

Your email address will not be published. Required fields are marked *