Spread the love

ଅଙ୍ଗନବାଡି ଦିଦିଙ୍କ ବଦଳୀ ନିମନ୍ତେ ରତ୍ନପୁର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ

ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ରତ୍ନପୁର ଗ୍ରାମବାସୀମାନେ ଅଙ୍ଗନବାଡି ଦିଦିଙ୍କୁ ବଦଳୀ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ ଯେ ରତ୍ନପୁର ଗ୍ରାମର ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ଥିବା ମଲ୍ଲିକା ସାହୁ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କୁ ବହୁତ ଅସୁବିଧାରେ ପକାଉଛନ୍ତି । ଠିକ୍ ସମୟରେ ଖାଇବା ନ ଦେବା, କ୍ଳାସ୍ ନକରିବା ଏବଂ ଅଙ୍ଗନବାଜିକୁ ଠିକ୍ ସମୟରେ ଆସୁନଥିବା, ବାଉଳ ଓ ଅଣ୍ଡା ଏବଂ କୋଶରୀ ବାଳିକାଙ୍କ ପାଇଁ ଆସୁଥିବା ବିଭିନ୍ନ ଖାଦ୍ୟ ବାଳିକା ପିଲାମାନଙ୍କୁ ନ ଦେଇ ସବୁ ବିକ୍ରି କରନ୍ତି । ଅଧିକାଂଶ ସମୟରେ ମିଟିଙ୍ଗି ଅଛି କହି ଛୁଟି ନିଅରି । ଗ୍ରାମରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଉକ୍ତ ସମସ୍ୟା ବିଷୟର ପଚାରିବାରୁ ବିଦି ଏହାକୁ ଅଣଦେଖା କରିଥିଲେ । ଗ୍ରାମବାସୀମାନେ ଏକ ସଭା କରି ଦିଦିଙ୍କୁ ଡକାଇ ଖାତା ମାଂଚ୍ କରିବାରୁ ଦେଖିବାକୁ ପାଇଥିଲେ ଯେ, ପିଲାମାନେ ଅନୁପସ୍ଥିତ ଥିଲେ ମଧ୍ୟ ଉପସ୍ଥାନ ପକାଯାଇଅଛି । ଏହି ବିଷୟରେ ସିଡିପିଓଙ୍କୁ ଜଣାଇବାରେ ସିଡିପିଓ ଉକ୍ତ ପାଖ ଗ୍ରାମ ତେନ୍ତୁଳିପାଟଣା (କ)ର ଦିବିଙ୍କୁ ଚାର୍ଜ ଦେଇଥିଲେ । ଏହାପରେ ମଲ୍ଟିକା ଦେଇ କୋର୍ଟ ପେପର ଧରି ପୁନର୍ବାର ଚାର୍ଜ ନେଇଥିଲେ । ମଲ୍ଲିକା ଦେଇ ଯଦି ଆସି ଏହି ଅଙ୍ଗନବାଡି କେନ୍ଦ୍ରରେ ଚାର୍ଜ ନିଅନ୍ତି ତେବେ ଅଭିଭାବକମାନେ ପିଲାମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଓ କିଶୋରୀ ବାଳିକାମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଗ୍ରହଣ କରିବେ ନାହିଁ ବୋଲି ଏହି ଅଭିଯୋଗ ପତ୍ରରେ ଉଲ୍ଲେଖ କରି ଚିତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *